ହୋଲି ପୂର୍ବରୁ ଆସିଲା ଖୁସି ଖବର, ମହଙ୍ଗା ଭିତରେ ଶସ୍ତାର କିଣନ୍ତୁ ଗ୍ୟାସ୍
ହୋଲି ପୂର୍ବରୁ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ବଡ ଖୁସିଖବର । ଦାମ୍ ବୃଦ୍ଧି ଭିତରେ ଆପଣଙ୍କ ପାଖରେ ଶସ୍ତା ଗ୍ୟାସ ସିଲିଣ୍ଡର କିଣିବାର ମଉକା ବି ରହିଛି ।

ହୋଲି ପୂର୍ବରୁ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ବଡ ଖୁସିଖବର । ମାର୍ଚ୍ଚ ମାସରେ ମଧ୍ୟ ସରକାରୀ ତୈଳ କମ୍ପାନୀ ଗୁଡିକ ସିଲିଣ୍ଡର ଦାମରେ ବୃଦ୍ଧି କରିଛନ୍ତି, କିନ୍ତୁ ଏହି ଦାମ୍ ବୃଦ୍ଧି ଭିତରେ ଆପଣଙ୍କ ପାଖରେ ଶସ୍ତା ଗ୍ୟାସ ସିଲିଣ୍ଡର କିଣିବାର ମଉକା ବି ରହିଛି । ଦେଶର ରାଜଧାନୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୦୩ ଟଙ୍କା ରହିଛି । ତେବେ ଆସନ୍ତୁ ଏବେ ଜାଣିବା ଆପଣ କେମିତି ଗ୍ୟାସ୍ ସିଲିଣ୍ଡରକୁ ଶସ୍ତାରେ ବୁକିିଙ୍ଗ୍ କରିପାରିବେ ।
ଯଦି ଆପଣ ଆପ୍ ଜରିଆରେ ଗ୍ୟାସ୍ ସିଲିଣ୍ଡର ବୁକିଙ୍ଗ କରୁଛନ୍ତି ତାହେଲେ ଆପଣଙ୍କୁ ସେଥିରେ କ୍ୟାସବ୍ୟାକର ଅପ୍ସନ ମିଳିଯିବ । ପେଟିଏମ ସମେତ ଅନେକ ଆପ ଜରିଆରେ ଗ୍ୟାସ୍ ସିଲିଣ୍ଡର ବୁକ୍ କରିବା ଦ୍ୱାରା ଆପଣଙ୍କୁ କ୍ୟାସବ୍ୟାକ୍ ସୁବିଧା ମିଳିଥାଏ । କିନ୍ତୁ ଆମେ ଯେଉଁ ଆପ୍ ଜରିଆରେ ବୁକ୍ କରିବା କଥା କହୁଛୁ ଯେଉଁଥିରେ ଆପଣ ବହୁତ ଶସ୍ତାରେ ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ, ତାହା ହେଉଛି ବଜାଜ୍ ଫାଇନାନ୍ସ ଆପ୍ । ଏଥିରେ ସିଲିଣ୍ଡର ବୁକ୍ ଉପରେ ଭାରି ଡିସକାଉଣ୍ଟ ମିଳିଥାଏ ।
ଡିଜିଟାଲ ପେମେଣ୍ଟ ସୁବିଧା ପ୍ରଦାନ କରୁଥିବା ବଜାଜ୍ ଫିନସର୍ଭ ଆପ୍ ଜରିଆରେ ଗ୍ରାହକ ଗ୍ୟାସ୍ ବୁକିଙ୍ଗ ଉପରେ ୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଫର ପାଇଁ ଆପଣଙ୍କୁ କୌଣସି ବି ପ୍ରମୋକୋଡ ବ୍ୟବହାର କରିବାକୁ ପଡିବନି । କେବଳ ବଜାଜ୍ ପେ ୟୁପିଆଇ ଜରିଆରେ ପେମେଣ୍ଟ କରି ରିହାତି ପାଇପାରିବେ ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୦୩ ଟଙ୍କା ରହିଥିବାବେଳେ ମୁମ୍ବାଇରେ ଗ୍ୟାସ ସିଲିଣ୍ଡର ୧୧୦୨.୫୦ ଟଙ୍କା ରହିଛି । କୋଲକାତାରେ ସିଲିଣ୍ଡର ଦାମ୍ ମାର୍ଚ୍ଚ ପୂର୍ବରୁ ୧୦୭୯ ଟଙ୍କା ଥିଲା, ଯାହା ବୃଦ୍ଧି ପାଇ ୧୧୨୯ ଟଙ୍କା ହୋଇଯାଇଛି । ଚେନ୍ନାଇରେ ଘରୋଇ ଗ୍ୟାସ ସିଲିଣ୍ଡର ୧ ମାର୍ଚ୍ଚରେ ମହଙ୍ଗା ହୋଇଥିଲା । ଏହି ସହରରେ ପୂର୍ବ ସିଲିଣ୍ଡର ଦାମ୍ ୧୦୬୮.୫୦ ଟଙ୍କା ଥିଲା, କିନ୍ତୁ ଏବେ ଏହାର ଦାମ୍ ୧୧୧୮.୫୦ ଟଙ୍କା ହୋଇଯାଇଛି ।