ମାତ୍ର ୫୧ ଟଙ୍କାରେ ମିଳିବ ୬ ଜିବି ଡାଟା, ଡାଟା ସରିଯାଇଥିଲେ ତୁରନ୍ତ କରାନ୍ତୁ ରିଚାର୍ଜ

ଲକ ଡାଉନ କାରଣରୁ ଅଧିକାଂଶ ଲୋକଙ୍କୁ ପୁରା ଦିନ ନିଜ ଘରେ ହିଁ ରହିବାକୁ ପଡୁଛି । ଅନ୍ୟ ପକ୍ଷରେ କେତେକ ଲୋକଙ୍କୁ ନିଜ ଘରୁ ହିଁ ଅଫିସ କାମ କରିବାକୁ ପଡୁଛି । ଏହି ସମୟରେ ସବୁଠୁ ବଡ ଅସୁବିଧା ହେଉଛି ଇଣ୍ଟରନେଟ ସୁବିଧାକୁ ନେଇ । ମାତ୍ରାଧିକ ବ୍ୟବହାର କାରଣରୁ ସମୟ ପୂର୍ବରୁ ହିଁ ଡାଟା ସରିଯାଉଛି । ଯାହା ଫଳରେ ଲୋକଙ୍କୁ ଅନେକ ହଇରାଣ ହରକତର ସାମ୍ନା କରିବାକୁ ପଡୁଛି । ଏହି ଅସୁବିଧାକୁ ଆଖି ଆଗରେ ରଖି ଜିଓ, ଏୟାରଟେଲ ଓ ଭୋଡ଼ାଫୋନ ପରି ଟେଲିକମ କମ୍ପାନୀ ଗୁଡିକ ଅନେକ ଡାଟା ଭାଉଚର୍ସକୁ ବଜାରରେ ଲାଞ୍ଚ କରିଛନ୍ତି । ଯେଉଁ ଥିରେ ୟୁଜର୍ସଙ୍କୁ କମ ଦରରେ ଅଧିକ ଡାଟା ସୁବିଧା ମିଳିପାରିବ । ତେବେ ଆସନ୍ତୁ ୪ ଜି ଡାଟା ଭାଉଚର୍ସ ଉପରେ ଏକ ନଜର ପକାଇବା ।

data plan

ଜିଓ କମ୍ପାନୀ:

ଉପଭୋକ୍ତା ମାନଙ୍କୁ ଜିଓର ୨୧ଟଙ୍କିଆ ରିଚାର୍ଜ ଭାଉଚରରେ ସମୁଦାୟ ୨ ଜିବି ଡାଟାର ସୁବିଧା ମିଳିପାରିବ । ଏହା ସହ କମ୍ପାନୀ ୨୦୦ ନନ- ଜିଓ କଳିଙ୍ଗର ସୁବିଧା ବି ଦେଉଛି । ଯେବେକି ଉପଭୋକ୍ତା ମାନଙ୍କୁ ଜିଓର ୫୧ ଟଙ୍କିଆ ରିଚାର୍ଜ ଭାଉଚରରେ ୬ ଜିବି ଡାଟା ସୁବିଧା ମିଳିବ ।

data plan

ଏୟାରଟେଲ:

ଏୟାର କମ୍ପାନୀ ନିଜ ୪୮ ଟଙ୍କିଆ ଭାଉଚରରେ ଆପଣଙ୍କୁ ୩ ଜିବି ଡାଟା ସୁବିଧା ଯୋଗାଉଥିବା ବେଳେ ବୈଧତା ରଖିଛି ୨୮ ଦିନ ।

ଭୋଡ଼ାଫୋନ:

ଯଦି ଆପଣଙ୍କ ଡାଟା ସମୟ ପୂର୍ବରୁ ସରିଯାଇଛି ତେବେ ଆପଣ ଭୋଡ଼ାଫୋନର ୧୬ ଟଙ୍କିଆ ରିଚାର୍ଜ କରାଇ ପାରିବେ । ଏହି ପ୍ୟାକରେ ଆପଣଙ୍କୁ ୨୪ ଘଣ୍ଟା ପାଇଁ ୧ ଜିବି ଡାଟା ସୁବିଧା ମିଳିପାରିବ । ଅନ୍ୟ ପକ୍ଷରେ କମ୍ପାନୀ ଏକ ୪୮ ଟଙ୍କିଆ ଡାଟା ଭାଉଚର ବି ଉପଲବ୍ଧ କରୁଛି । ଯେଉଁଥିରେ ଗ୍ରାହକଙ୍କୁ ୨୮ ଦିନ ପର୍ଯ୍ୟନ୍ତ ୩ ଜିବି ଡାଟା ସୁବିଧା ମିଳିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.