ସାରା ବିଶ୍ୱରେ ୭୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଆମେରିକାରେ ଗୋଟିଏ ଦିନରେ ସର୍ବାଧିକ ୧୨୫୨ ଜଣଙ୍କ ମୁଣ୍ଡ ନେଲା ମହାମାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ୭୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ୨୦୯ଟି ଦେଶରେ ବ୍ୟାପିଛି ମାରାତ୍ମକ ଭାଇରସ୍‌। ଏଯାଏ ୧୩.୪୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୭୮ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି।

moulanaସେପଟେ ଆମେରିକାରେ ସାଂଘାତିକ ହେବାରେ ଲାଗିଛି ସ୍ଥିତି। ବର୍ତ୍ତମାନ ପର୍ଯ୍ୟନ୍ତ ୩.୬୬ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ଗୋଟିଏ ଦିନରେ ସର୍ବାଧିକ ୧୨୫୨ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନ୍‌ରେ ୧.୩୬ ଲକ୍ଷ ଆକ୍ରାନ୍ତ ହୋଇଥିବାବେଳେ ୧୩ହଜାର ୩୪୧ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲିରେ ୧୬ହଜାର ୫୨୩, ଫ୍ରାନ୍ସରେ ୮ହଜାର ୯୧୧ ଓ ଚୀନ୍‌ରେ ୩ହଜାର ୩୩୧ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.