ପିଏମ କିଷାନ ନିଧି ଯୋଜନା: ଭୁଲ ତରିକାରେ କିସ୍ତି ନେଇଥିଲେ ଫେରେଇବାକୁ ପଡିବ ଟଙ୍କା

ଦେଶ ବ୍ୟାପୀ ୧୦ କୋଟିରୁ ଅଧିକ ସଂଖ୍ୟକ ଚାଷୀମାନଙ୍କୁ ପିଏମ କିଷାନ ସମ୍ମାନ ନିଧିର ୧୧ ତମ କିସ୍ତି ମିଳିଯାଇଛି  । ୧୧ ତମ କିସ୍ତିକୁ ଏକ ନୂଆ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ମାନଙ୍କ ଆକାଉଣ୍ଟକୁ ମେ ୩୧ତାରିଖରେ ଟ୍ରାନ୍ସ୍ଫର କରାଯାଇଥିଲା  । ଏହି କିସ୍ତି ଜାରି ହେବା ପରେ ସରକାରଙ୍କ ଦୃଷ୍ଟିକୁ ଏମିତି କିଛି ମାମଲା ଆସିଛି ଯେଉଁଥିରୁ ଜଣାଯାଇଛିଯେ କିଛି ଲୋକ ଭୁଲ ତାରିକରେ ଯୋଜନାର ଫାଇଦା ଉଠାଇଛନ୍ତି  । ଏହା ପୂର୍ବରୁ ବି ଭୁଲ ତରିକାରେ ଯୋଜନାର ଯୋଜନାର ଫାଇଦା ଉଠାଇଥିବା କିଛି ଲୋକଙ୍କୁ ନୋଟିସ ଜାରି କରାଯାଇଛି  । ସରକାର ଏହି ଯୋଜନାର ଲାଭାର୍ଥିମାନଙ୍କ ପାଇଁ ଏକ ସୋସିଆଲ ଅଡିଟ ଆରମ୍ଭ କରିଛନ୍ତି  । ଯେଉଁମାନେ ଭୁଲ ତରିକାରେ ଏହି ସ୍କିମର ଫାଇଦା ଉଠେଇବାକୁ ଚେଷ୍ଟା ସେମାନଙ୍କୁ ଚିହ୍ନଟ କରାଯାଇ ଉଚିତ ଦଣ୍ଡ ଦିଆଯିବ  ।

କେଉଁ ମାନଙ୍କୁ କିସ୍ତି ଟଙ୍କା ଫେରସ୍ତ ଦେବାକୁ ହେବ କି ନାହିଁ ତାହା ସେମାନଙ୍କୁ ଅନଲାଇନ ମାଧ୍ୟମରେ ସୂଚନା ଦିଆଯିବ  । ଏଥିପାଇଁ ପିଏମ କିଷାନ ୱେବସାଇଟକୁ ଯିବାକୁ ହେବ ଏହା ପରେ ଆପଣଙ୍କୁ ଫର୍ମର କର୍ଣ୍ଣରରେ ରିଫଣ୍ଡ ଅନଲାଇନର ଅପସନ ଦେଖାଦେବ  । ଏହା ଉପରେ କ୍ଲିକ କରିବା ପରେ ଖୋଲିଥିବା ୱେବ ପେଜରେ ସମସ୍ତ ଇନଫର୍ମେଶନ ଦେଇଦେବେ  । ଏହା ପରେ ଏଠାରେ ଆପଣଙ୍କୁ ନିଜ ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର ମୋବାଇଲ ନମ୍ବର ଆଦି ଦେବାକୁ ହେବ  । ସମସ୍ତ ସୂଚନା ଦେବା ପରେ ଗେଟ ଡାଟା ଉପରେ କ୍ଲିକ କରନ୍ତୁ  । ଏହା ଉପରେ କ୍ଲିକ କରିବା ପରେ ଯଦି ଆପଣଙ୍କୁ “You are not eligble for any refund amount” ମେସେଜ ଦେଖାଦିଏ ତେବେ ଆପଣଙ୍କୁ ଟଙ୍କା ଫେରସ୍ତ ଦେବାକୁ ହେବ ନାହିଁ  । କିନ୍ତୁ ଯଦି ରିଫଣ୍ଡ ଆମାଉଣ୍ଟର ଅପସନ ଦେଖାଦିଏ ତେବେ ଜାଣିରଖନ୍ତୁ ଆପଣଙ୍କୁ ଟଙ୍କା ଦେବାକୁ ହେବ  ।

ନିୟମାନୁସାରେ ଯେଉଁମାନେ ଆଇଟିଆର ଫାଇଲ କରୁଥିବେ କିମ୍ବା କୌଣସି ସରକାରୀ କର୍ମଚାରୀ ହୋଇଥିବେ  । ଅଥବା ସ୍ୱାମୀ କିମ୍ବା ସ୍ତ୍ରୀ କାହା ନାଁରେ ବି ଜମି ଥିବ ତେବେ ପରିବାରରର କୌଣସି ବି ବ୍ୟକ୍ତି ବାର୍ଷିକ ୬୦୦୦ ଟଙ୍କା ଲାଭ ନେଇପାରିବେ  । ସରକାରଙ୍କ ତରଫରୁ ଇ-କେୱାଇସି କରିବାର ଅନ୍ତିମ ତାରିଖ ଜୁଲାଇ ୩୧ ତାରିଖକୁ ବଢ଼ାଇ ଦିଆଯାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.