Below header

ଆଜି ରାଜ୍ଯରେ ୧୩୨୦ ପଜିଟିଭ୍ ଚିହ୍ନଟ: କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୮୭ ଓ ଲୋକାଲରୁ ୪୩୩ଜଣ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ଯରେ ଆଜି ୧୩୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୮୭ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ୪୩୩ ଲୋକାଲ କେସ୍ ରୁ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୪ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୨୪୦୧୩ରେ ପହଁଚିଛି ।

ସୂଚନା ଅନୁଯାୟୀ, ଗଞ୍ଜାମରୁ ସର୍ବାଧିକ ୫୬୦ ଏବଂ ଖୋର୍ଦ୍ଧାରୁ ୧୭୪ ପଜିଟିଭ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୬, ବାଲେଶ୍ବରରୁ ୨୩, ବରଗଡରୁ ୧୪, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯,କଟକରୁ ୪୭, ଗଜପତିରୁ ୯୦, ଜଗତସିଂହପୁରରୁ ୩, ଯାଜପୁରରୁ ୨୩, ଝାରୁସୁଗୁଡାରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୩୯, କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୨୪,କୋରାପୁଟରୁ ୩୦,ନୟାଗଡ ୩୮,ନୂଆପଡାରୁ ୪, ପୁରୀରୁ ୯୦, ରାୟଗଡାରୁ ୬୫,ସୋନପୁରୁରୁ ୧ ଏବଂ ସୁନ୍ଦରଗଡରୁ ୪୭  ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.