ଜୀବନର ସବୁ କଠିନ ସମସ୍ୟାକୁ ସହଜ କରିଦେବ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା, ଥରେ ପଢ଼ି ଦେଖନ୍ତୁ

ଅନେକ ସମୟରେ ଆମ ଜୀବନର ଚଲାପଥରେ ଆସୁଥିବା କଠିନ ରାସ୍ତାକୁ ଅତିକ୍ରମ କରିବା ପାଇଁ ମନରେ ସାହସ ପାଇନଥାଏ। ମନବଳ ଦୃଢ କରିବାପାଇଁ ଆମେ କୌଣସି ଏକ ବନ୍ଧୁର ପରାମର୍ଶ ଲୋଡିଥାଉ। ଆଜିକାଲି ଅନେକ ମୋଟିଭେସନାଲ ସ୍ପିକରଙ୍କ ଭିଡିଓ ଦେଖିଲେ ମଧ୍ୟ ଆମ ମନ ବଳ ଦୃଢ ହୋଇଥାଏ। ସେହିପରି ପୁରାତନ କାଳରେ ଚାଣ୍ୟକ କହିଯାଇଥିବା ନିତିକୁ ଅବଲମ୍ବନ କରି ଅନେକଙ୍କ ଜୀବନ ଯାତ୍ରା ସହଜ ହୋଇ ପାରିଛି।

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ସଫଳତାର ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଏ। ଚାଣକ୍ୟଙ୍କ ଜ୍ଞାନ ଏତେ ଗଭୀର ଯେ ସେ ସମସ୍ତଙ୍କୁ ଜୀବନରେ ଭଲ ଭାବେ ବଞ୍ଚିବାକୁ ଉଚିତ ମାର୍ଗ ଦେଖାଇଥାନ୍ତି।  ତେବେ ଆସନ୍ତୁ ଜାଣିବା ଚାଣକ୍ୟଙ୍କର କିଛି ଅମୂଲ୍ୟ ବାଣୀ ବିଷୟରେ ଯାହା ଆପଣଙ୍କର ଜୀବନର କଠିନରୁ କଠିନ ରାସ୍ତାକୁ ଅତି ସହଜରେ ଅତିକ୍ରମ କରିବାରେ ସହାୟକ ହେବ ।

chanakyaଚାଲି ଯାଇଥିବା ସମୟ ବିଷୟରେ ଅଯଥାରେ ଭାବି ପଶ୍ଚାତାପ କରିବା ଅପେକ୍ଷା ନିଜ ବର୍ତ୍ତମାନକୁ ଉନ୍ନତ କରିବାକୁ ଚେଷ୍ଟା କରିବା ଉଚିତ୍ । ଯେଉଁ ଧନକୁ ପ୍ରାପ୍ତି କରିବା ଦ୍ୱାରା ନିଜ ଧର୍ମକୁ ତ୍ୟାଗ କରିବାକୁ ପଡେ ଏଭଳି ଧନକୁ ଲୋଭ କରିବା ଅନୁଚିତ ।

କୌଣସି କାମ କରିବାଏହି ତିନୋଟି କଥା ପ୍ରତି ବଶେଷ ଧ୍ୟାନ ଦେବା ଉଚିତ । ମୁଁ କଣ କରୁଛି ? ଏହି କାମର ପରିଣାମ ଆଗକୁ କଣ ହେବ? ଓ ଏହି କାମ କରିବା ଦ୍ୱାରା ମୋତେ ସଫଳତା ପ୍ରାପ୍ତି ହେବ ନା ନାହିଁ? କେବେବି ଅନ୍ୟକୁ କ୍ଷତି ପହଞ୍ଚାଇବା କଥା ନୁହେଁ । ଆପଣଙ୍କୁ ର୍ଦୁବଳ ଭାବି ଅପାଣଙ୍କୁ ଚାପି ରଖିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କଠାର ସବୁବେଳେ ସଜାଗ ରହିବା ଉଚିତ୍ । ପର ଘରେ ରହିବାର ଦୁଃଖ କାହା ଅଧିନରେ ରହିବାର ଦୁଃଖ ଠାରୁ ଅଧିକ ହୋଇଥାଏ ।

chanakyaମୁହଁ ସାମନାରେ ଭଲ ହୋଇ ପିଠି ପଛରେ ଖରାପ ଚିନ୍ତା କରୁଥିବା ବନ୍ଧୁ ଠାରୁ ସବୁବେଳେ ଦୁରେଇ ରହିବା ଉଚିତ୍ । ଆତ୍ମା ଓ ଚରିତ୍ରରୁ ଦୁର୍ବଳ ଥିବା ବନ୍ଧୁ କେବେ ହେଲେ ଖରାପ ସମୟରେ ଆପଣଙ୍କ ସହଯୋଗୀ ହେବ ନାହିଁ । ଏଣୁ ଏପରି ବନ୍ଧୁ ନ ରଖିବା ହଁ ବୁଦ୍ଧିମାନର କାମ । ଏହି ଜଗତରେ କର୍ମ ଅନୁସାରେ ଫଳ ମଧ୍ୟ ରହିଛି । ଏଣୁ ସର୍ବଦା ସଠିକ କର୍ମ କରିବା ପାଇଁ ଚାଣକ୍ୟ ପରାମର୍ଶ ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.