ଆଜି ରାଜ୍ଯରେ ପୁଣି ଆଉ ୧୩୭୪ ପଜିଟିଭ୍ ଚିହ୍ନଟ, ଗଲା ୨ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୩୭୪ ନୂଆ ପଜିଟିଭ୍‌ ଚିହ୍ନଟ । ସାଂଘାତିକ ହେଉଛି ସୁନ୍ଦରଗଡ଼ ସ୍ଥିତି । ଗୋଟିଏ ଦିନରେ ସୁନ୍ଦରଗଡ଼ରୁ ୩୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତକାଲି ସୁନ୍ଦରଗଡ଼ରୁ ୨୨୪ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେହିପରି ଖୋର୍ଦ୍ଧାରୁ ଆଉ ୧୯୩ ଆକ୍ରାନ୍ତ ହୋଇଥିବା ବେଳେ ନୂଆପଡ଼ାରୁ ୧୩୫ ଜଣ ସଂକ୍ରମିତ ହୋଇଛନ୍ତି । ସମ୍ବଲପୁରରୁ ୭୭, ବରଗଡ଼ରୁ ୫୯, ଝାରସୁଗୁଡ଼ାରୁ ୫୨, କଟକରୁ ୫୧, ରାୟଗଡାରୁ ଆଉ ୪୭ ଜଣ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ଆଜି ରାଜ୍ଯରେ ଦୁଇ ଜଣଙ୍କ ଜୀବନ ନେଲା କରୋନା। ଏହାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ଯା ୧୯୨୬ କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.