ଜଙ୍ଗଲରେ କୂଅ ଭିତରେ ପଡିଗଲା ହାତୀ ଛୁଆ, ଉଦ୍ଧାର କଲା ବନ ବିଭାଗ

ମୟୂରଭଞ୍ଜ : କୂଅ ଭିତରୁ ହାତୀ ଛୁଆ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଦେଉଳି ରେଞ୍ଜର ବିଶୁଶୋଳ ଗାଁର ଏକ କୂଅରୁ ହାତୀ ଛୁଆଟିକୁ ଉଦ୍ଧାର କରାଯାଇଛି । ଝାଡଖଣ୍ଡରୁ ଏକ ହାତୀ ପଲ ପଶ୍ଚିମବଙ୍ଗ ସୀମା ଅତିକ୍ରମ କରୁଥିଲେ ।

ଘଣଘଣା ଜଙ୍ଗଲ ଅତିକ୍ରମ କରୁଥିବା ବେଳେ ବିଶୁଶୋଳ ଗାଁର ଏକ କୂଅରେ ହାତୀ ଛୁଆଟି ପଡିଯାଇଥିଲା । ଖବର ପାଇ ଦେଉଳି ରେଞ୍ଜର କର୍ମଚାରୀ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.