ରାଜ୍ୟରେ ପୁଣି ଚିହ୍ନଟ ହେଲେ ଆଉ ୧୬୫ ଜଣ ନୂଆ କରୋନା ଆକ୍ରାନ୍ତ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୬୭୭ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି ଚିହ୍ନଟ ହେଲେ ଆଉ ୧୬୫ ଜଣ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ୧୬୫ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୧୪୦ ଜଣ କ୍ବାରେଣ୍ଟାଇନରେ ଥିବାବେଳେ, ୨୫ ଜଣ ସ୍ଥାନୀୟ ବାସିନ୍ଦା । ମୋଟ୍ ୧୮ ଜିଲ୍ଲାରୁ ଏହି ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।

Corona CASES

ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୪୧ଜଣ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧାରୁ -୮ ଜଣ, ଯାଜପୁରରୁ-୮ ଜଣ, ନବରଙ୍ଗପୁରରୁ-୩ ଜଣ, ନୟାଗଡ଼ରୁ ଜଣେ, ପୁରୀରୁ-୭ ଜଣ, କଟକ-୨୦ ଜଣ, ଜଗତସିଂହପୁରରୁ ଜଣେ, ଝାରସୁଗୁଡ଼ାରୁ-୨ ଜଣ, ଅନୁଗୁଳରୁ ଜଣେ, ବାଲେଶ୍ଵରରୁ-୨୧ ଜଣ, ମାଲକାନଗିରିରୁ ଜଣେ, ଗଜପତିରୁ-୨୮ ଜଣ, ସୁନ୍ଦରଗଡ଼ରୁ-୬ ଜଣ, ବଲାଙ୍ଗୀରରୁ-୨ ଜଣ, ମୟୁରଭଞ୍ରୁ-୩ ଜଣ, କୋରାପୁଟରୁ ଜଣେ ଓ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗରୁ ଆସିଥିବା ୧୧ ଜଣଙ୍କୁ ମିଶାଇ ସମୁଦାୟ ୧୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.