ଭୁବନେଶ୍ବରରୁ ଆଜି ୩୦୯ କରୋନା  ଆକ୍ରାନ୍ତ ଚିହ୍ନଟ, ୩୧୭ ସୁସ୍ଥ

ଭୁବନେଶ୍ୱର(କେନ୍ୟଜ୍): ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୩୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮୩ ଜଣ କ୍ବାରେଣ୍ଟାଇନରୁ ଓ ୨୨୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଭୁବନେଶ୍ୱରରୁ ଆଜି ୩୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

କ୍ବାରେଣ୍ଟାଇନରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ୟୁନିଟ-୬ ଓ ପଟିଆ ସହିତ ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର, ବରମୁଣ୍ଡା, ଝାରପଡ଼ା ଓ ନୟାପଲ୍ଲୀ, ଭିଏସ୍‌ଏସ୍‌ ନଗରରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପରି ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ନୟାପଲ୍ଲୀରୁ ୨୧ ଜଣ, ପଟିଆ, ପୁରୁଣା ଭୁବନେଶ୍ୱର, ଶୈଳଶ୍ରୀ ବିହାର, ରସୁଲଗଡ଼, ଭିଏସ୍‌ଏସ୍‌ ନଗର, କଳିଙ୍ଗ ବିହାର, ପୋଖରୀପୁଟ, ସୁନ୍ଦରପଦା, ଡୁମଡୁମା, ଚନ୍ଦ୍ରଶେଖରପୁରରୁ ମଧ୍ୟ ଅନେକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୪ ହଜାର ୫୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୦ ହଜାର ୮୮୮ ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୧୯ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.