କରୋନାର କରାଳ ରୂପ, ଶେଷରେ ଆଖି ବୁଜିଲା ୪ ମାସର ଶିଶୁ

କେରଳ : କରୋନାରେ ଆଖି ବୁଜିଲା ୪ ମାସର ଶିଶୁ । ଆଜି ସକାଳେ କେରଳ କୋଝିକୋଡେ ମେଡିକାଲ୍ କଲେଜରେ ପିଲାଟି ପ୍ରାଣ ହରାଇଥିବା ଜଣାପଡିଛି । ଗତକାଲି ମାଲାପୁରାମର ଏହି ୪ ମାସର ଶିଶୁଟିର କରୋନା ଟେଷ୍ଟ କରାଯାଇଥିବାବେଳେ ତାର ପଜିଟିଭ୍ ରିପୋର୍ଟ ଆସିଥିଲା । ତେବେ ଆଜି ସକାଳେ ସେ ପ୍ରାଣ ହରାଇଛି। ପିଲାଟି ଗତ ୩ ମାସ ଧରି ହୃଦଘାତ ଜନିତ ସମସ୍ୟା ଏବଂ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲା। ମାଲାପୁରମ୍ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.