କଟକ: CMCରୁ ପୁଣି ୪୧ ପଜିଟିଭି ଚିହ୍ନଟ, ୩୯ କ୍ବାରେଣ୍ଟାଇନ ୨ ଲୋକାଲ କେସ୍

କଟକ(କେନ୍ୟୁଜ୍): କଟକରେ ଉଦବେଗ ବଢାଇଛି କୋରୋନା ସଂକ୍ରମଣ। ଆଜି ପୁଣି ୪୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସିଏମସି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଏସସିବି ମେଡିକାଲର ୧୨ ଜଣ ରୋଗୀଙ୍କ ସମ୍ପର୍କୀୟ ହୋଇଥିବା ବେଳେ ୨୭ ଜଣ ହେଉଛନ୍ତି ହୋମ କ୍ବାରେଣ୍ଟାଇନ କେସ୍। ଏହା ସହିତ ୨ ଟି ଲୋକାଲ କେସ୍ ରହିଛି। ଏହି ଲୋକାଲ ଆକ୍ରାନ୍ତ ହେଉଛନ୍ତି ୪୬ ବର୍ଷୀୟ ମହିଳା ଯିଏକି ମଥାସାହି ଚୌଧୁରୀ ବଜାରର ଏବଂ ଅନ୍ୟଜଣକ ୩୦ ବର୍ଷୀୟ ପୁରୁଷ ଯିଏକି ଲୋୟର ପୋଲିସ କଲୋନୀ ଅଞ୍ଚଳରୁ ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ସିଏମସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.