ଆଜି ରାଜ୍ୟରେ ୪୨୪୨ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୯ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ୪୨୪୨ କରୋନା ପଜିଟିଭ୍‌ ଚିହ୍ନଟ । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନ୍‌ରୁ ୨୫୦୩ ଓ ଲୋକାଲ କେସ୍‌ ରହିଛି ୧୭୩୯ । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି କଟକ । ଦିନକରେ କଟକ ଜିଲ୍ଲାରୁ ୫୯୫ ନୂଆ କେସ୍‌ ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୧୨୨କୁ ବୃଦ୍ଧି ପାଇଛି । ୩୭ ହଜାର ୬୮୪ ଚିକିତ୍ସିତ ଥିବାବେଳେ, ସୁସ୍ଥ ହେଲେଣି ୧ଲକ୍ଷ ୪୫ ହଜାର ୬୭୫ ।

ଏହାସହ ରାଜ୍ଯରେ ଆଜି ଆଉ ୯ ଜଣଙ୍କ ଜୀବନ ନେଲା କରୋନା । କେନ୍ଦୁଝରରୁ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ଭୂତାଣୁ । ନବରଙ୍ଗପୁର, ନୟାଗଡ଼, ବାଲେଶ୍ୱର, ଜଗସିଂହପୁର, କନ୍ଧମାଳ, ଖୋର୍ଦ୍ଧା, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୧୦ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.