ରାଜ୍ଯରେ ୨୪ ଘଣ୍ଟାରେ ଆଉ ୬୧୬୪ ପଜିଟିଭ୍‌ ଚିହ୍ନଟ, ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ଯରେ ଦୈନିକ ସଂକ୍ରମଣ ୬ ହଜାର୍ ପାର୍ କରିଛି । ୨୪ ଘଣ୍ଟାରେ ଆଉ ୬୧୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୩୫୭୫, ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୨୫୮୯ ।  ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୨ ଆକ୍ରାନ୍ତ ହୋଇଛନ୍ତି । ଏହାସହିତ ଆଜି ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସେହିପରି  ନୂଆପଡାରୁ ୪୫୯, କଳାହାଣ୍ଡିରୁ ୪୫୨ ଓ ସୁନ୍ଦରଗଡରୁ ୪୨୭ ସଂକ୍ରମିତ ହୋଇଛନ୍ତି । କଟକରୁ ୩୬୦, ଝାରସୁଗୁଡାରୁ ୩୫୫, ବରଗଡରୁ ୨୩୬ ଓ ସମ୍ବଲପୁରର ୨୨୯ ନୂଆ କେସ୍‌ ଆସିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୮ ହଜାର ୪୭୯ରେ ପହଂଚିଛି । ଆକ୍ଟିଭ୍‌ କେସ୍‌ ୩୫ ହଜାର ୭୫ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୫୧ ହଜାର ୩୮୬ । ଗତକାଲି ତୁଳନାରେ ୨୭ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.