ପଶ୍ଚିମବଙ୍ଗରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ, କୋଭିଡ୍‌ ଆକ୍ରାନ୍ତଙ୍କ ଶେଷ ଏକ ଘଣ୍ଟାରେ ଦେଇପାରିବେ ଭୋଟ୍

କୋଲକତା: ପଶ୍ଚିମବଙ୍ଗ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି । ଉତ୍ତର ଦିନାଜପୁର, ନାଦିଆ, ଉତ୍ତର ୨୪ ପ୍ରଗଣା ଏବଂ ପୂର୍ବ ବର୍ଦ୍ଧାମାନ ୪ ଜିଲ୍ଲାରେ ଥିବା ୪୩ ଆସନ ପାଇଁ ଭୋଟିଂ ଚାଲୁଛି। ୧୦ ହଜାର ୮୯୭ ବୁଥରେ ୧ କୋଟି ୧୩ଲକ୍ଷ ୫୭ ହଜାର ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ମହିଳା ଭୋଟରଙ୍କ ସଂଖ୍ୟା ପ୍ରାୟ ୫୦ ଲକ୍ଷ ରହିଛି।

ଷଷ୍ଠ ପର୍ଯ୍ୟାୟରେ ପ୍ରତିଦ୍ଵନ୍ଦିତା କରୁଛନ୍ତି ୩୦୬ ପ୍ରାର୍ଥୀ। ଟିଏମ୍‌ସି ଓ ବିଜେପି ସବୁ ୪୩ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। କଂଗ୍ରେସ ୧୨ଟିରେ ଓ ବାମଦଳ ୨୩ ଆସନରେ ନିର୍ବାଚନ ଲଢୁଛନ୍ତି। ସକାଳ ୭ରୁ ଭୋଟିଂ ଆରମ୍ଭ ହୋଇଛି। ସଂଧ୍ୟା ୬ ଟା ୩୦ ପର୍ଯ୍ୟନ୍ତ ଭୋଟିଂ ଚାଲିବ। କୋଭିଡ୍‌ରେ ଆକ୍ରାନ୍ତ ଶେଷ ଏକ ଘଣ୍ଟାରେ ଭୋଟ ଦେବା ଲାଗି ବ୍ୟବସ୍ଥା କରାଯାଇଛି।

ନିର୍ବାଚନରେ ପାରଦର୍ଶିତା ଆଣିବା ଲାଗି ସବୁ ପୋଲିଂ ଷ୍ଟେସନରେ ଭିଭିପାଟ୍‌ ବ୍ୟବହାର କରାଯାଉଛି। ସମସ୍ତ ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଘୋଷଣା କରାଯାଇଛି। ପ୍ରତିଟି ବୁଥ୍‌ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ୬୫୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.