ରାଜଧାନୀରେ ବଢିବାରେ ଲାଗିଛି କରୋନା ସଂକ୍ରମଣ: କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଛାତ୍ର ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ବଢିବାରେ ଲାଗିଛି କରୋନା ସଂକ୍ରମଣ ଭୟ। କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଛାତ୍ର ଜଣକ ପ୍ରି ବୋର୍ଡ ପରୀକ୍ଷା ଦେବାକୁ ଆସିଥିବାବେଳେ ପଜିଟିଭ୍‌ ଥିବା ଜଣାପଡିଥିଲା। ଯେଉଁ ହଲ୍‌ରେ ଛାତ୍ର ଜଣକ ପରୀକ୍ଷା ଦେଇଥିଲେ ସେହି ହଲ୍‌ରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ସ୍କୁଲ କର୍ତ୍ତୁପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତଙ୍କ ଟେଷ୍ଟିଂ କରାଯାଉଛି। ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଧିକ ଟେଷ୍ଟିଂ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ହଷ୍ଟେଲରେ ରାଣ୍ଡମ ଚେକିଂ କରାଯାଉଛି। ଗତକାଲି ମଧ୍ୟ ବିଏମ୍‌ସି କମିଶନର ରେଲୱେ ଷ୍ଟେସନ ଓ ବିମାନ ବନ୍ଦର ପରିଦର୍ଶନ କରି ସ୍କ୍ରିନିଂ ଓ ଟେଷ୍ଟିଙ୍ଗକୁ ଗୁରୁତ୍ୱ ଦେଇଥିଲେ। ଏଣିକି ପ୍ରତିଦିନ ରେଲୱେ ଷ୍ଟେସନରେ ୨ଶହ ଲୋକଙ୍କ ଟେଷ୍ଟିଙ୍କ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.