Below header

ମାଲକାନଗିରି ତାରଲାକଟା-C କଲୋନୀ ଗାଁରେ ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ୨ଶିଶୁ ପୁତ୍ର ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକଟା-C କଲୋନୀ ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ର ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବୟସ ୭ରୁ ୮ ବର୍ଷ ହେବ। ମୃତ ଶିଶୁ ପୁତ୍ର ହେଲେ ମେଘ ଖରା ଓ ଶିଶୁ କନ୍ୟା ରଞ୍ଜତା ଗଲରି । ସାଙ୍ଗ ସାଥିମାନଙ୍କ ସହ ଗାଧୋଇବାକୁ ଯିବା ବେଳେ ଏଭଳି ଅଘଟଣ ଘଟିଛି।

ପୋଖରୀରେ ୫ଜଣ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ଦୁଇ ଜଣ ଗଭୀର ପାଣିରେ ବୁଡିଯାଇଥିବାରୁ ସାଙ୍ଗମାନେ ଚିତ୍କାର କରିଥିଲେ। ପାଖରେ ଥିବା ଗାଁ ଲୋକ ପାଟି ଶୁଣି ଦୌଡ଼ି ଆସି ଦୁଇ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ କରୁକୋଣ୍ଡୋ ମେଡିକାଲ ନେବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଓର୍କେଲ ଥାନାରେ ମାମଲା ରୁଜୁ ହୋଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.