ରାଜ୍ଯରେ ଅର୍ଦ୍ଧଶତକ ପାର୍ କଲା କରୋନା ମୃତ୍ୟୁ ସଂଖ୍ଯା, ପୁଣି ନେଲା ୪ ମୁଣ୍ଡ

ଭୁବନେଶ୍ବର: ରାଜ୍ଯରେ ପୁଣି ୪ ମୁଣ୍ଡ ନେଲା କରୋନା। ଏମାନଙ୍କ ଭିତରୁ ୩ଜଣ ଗଞ୍ଜାମରୁ ଏବଂ ଜଣେ ଭଦ୍ରକରୁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ମୃତ୍ୟୁ ୫୨ରେ ପହଁଚିଛି ।


-ମୃତକଙ୍କ ଭିତରୁ ଗଞ୍ଜାମ ଜିଲ୍ଲାର ଜଣେ ୬୫ ବର୍ଷିୟା ମହିଳା ରହିଛନ୍ତି । ଯିଏ ଡାଇବେଟିସ୍ ଏବଂ ହାଇପରଟେନସନରେ ପୀଡିତ ଥିଲେ।

-ଏହାସହିତ ଗଞ୍ଜାମ ଜିଲ୍ଲାର ଜଣେ ୫୮ ବର୍ଷିୟ ପୁରୁଷ ରହିଛନ୍ତି । ଯିଏ Tubercular Meningitis ରେ ପୀଡିତ ଥିଲେ।

 

– ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ ୬୩ ବର୍ଷିୟ ପୁରୁଷ ରହିଛନ୍ତି । ଯିଏ କି ଡାଇବେଟିସ୍ ରେ ପୀଡିତ ଥିଲେ।

– ଅନ୍ଯପଟେ ଭଦ୍ରକ ଜିଲ୍ଲାରୁ ଜଣେ ୫୮ ବର୍ଷିୟ ପୁରୁଷ ରହିଛନ୍ତି । ଯିଏ କି ଡାଇବେଟିସ୍ ସହିତ କୀଡନି ରୋଗରେ ପୀଡିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.