ରାତିରେ ବାଇକ୍ ନେଇ ବୁଲୁଥିବା ସମୟରେ ଅଟକାଇବାରୁ ରାଗିଯାଇ ପୋଲିସ ଉପରେ ଛେପ ପକାଇଲେ ଯୁବକ, କରାଯିବ କରୋନା ଟେଷ୍ଟ

ଦିଲ୍ଲୀର ଲାହୋରି ଗେଟ୍ ଅଞ୍ଚଳରେ ଲକ୍ ଡାଉନ୍ ସମୟରେ ଜଣେ ଯୁବକ ବାଇକରେ ବୁଲୁଥିବା ସମୟରେ ପୋଲିସ ତାଙ୍କୁ ଅଟକାଇବା କାରଣରୁ ସେ ପୋଲିସ ଉପରେ ଛେପ ପକାଇ ଦେଇଛନ୍ତି । ଯଦିଓ ଏହି ଛେପ ପୋଲିସ ଉପରେ ପଡିନାହିଁ କିନ୍ତୁ ପୋଲିସ ତାଙ୍କୁ ତୁରନ୍ତ ହେପାଜତରେ ନେଇ ପଚରାଉଚରା ଜାରି ରଖିଛି ।

ସୂଚନା ଅନୁଯାୟୀ ୨୫ ବର୍ଷୀୟ ଏହି ଯୁବକଙ୍କ ନାମ ଶାହବାଜ । ସେ ନିଜ ପରିବାର ସହିତ ଦିଲ୍ଲୀର ଲାହୋରି ଗେଟ୍ ଅଞ୍ଚଳରେ ବାସ କରନ୍ତି । ପୋଲିସର କହିବା ଅନୁଯାୟୀ ରବିବାର ରାତି ୧୦ଟା ସମୟରେ ଅଚାନକ଼୍ ଶାହବାଜ ବାଇକ ନେଇ ବୁଲୁଥିବା ଦେଖିବାକୁ ମିଳିଥିଲା । ତେବେ କନେଷ୍ଟବଳ ତାଙ୍କୁ ବାହାରେ ବୁଲିବା ନେଇ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଏହାପରେ ପୋଲିସ ଯେତେବେଳେ ତାଙ୍କୁ କରୋନା ସଂକ୍ରମଣ ବିଷୟରେ ବୁଝାଇବାକୁ ଚେଷ୍ଟା କଲେ ସେତେବେଳେ ସେ ବହୁତ ରାଗୀଯାଇ ପୋଲିସ ଉପରକୁ ଛେପ ପକାଇ ଦେଇଥିଲେ ।

 

Delhi youth booked for spitting near policeman - Social News XYZ

ତେବେ ସରକାରୀ ଆଦେଶର ଉଲ୍ଲଂଘନ, ଜାଣିଶୁଣି ଅନ୍ୟର ଜୀବନକୁ ବିପଦରେ ପକାଇବା ଏବଂ କରୋନା ସଂକ୍ରମଣ ବୃଦ୍ଧି କରାଉଥିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରି ଶାହବାଜଙ୍କୁ ଗିରଫ୍ କରିଛି । ଏହାସହିତ ଉକ୍ତ ଯୁବକଙ୍କର କରୋନା ଟେଷ୍ଟ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.