ଆକ୍ରାନ୍ତ କମ୍, ସୁସ୍ଥ ହେଉଛନ୍ତି ଅଧିକ: ଏଇ ଆମ ଓଡିଶା

ଭୁବନେଶ୍ବର: କରୋନା ସହ ଲଢ଼େଇରେ ରାଜ୍ୟବାସୀଙ୍କ ପାଇଁ ଖୁସି ଓ ଆଶ୍ୱସ୍ତିକର ଖବର । ସୁସ୍ଥ ହେଲେ ଆଉ ୫ ଜଣ କରୋନା ଆକ୍ରାନ୍ତ । ଆରୋଗ୍ୟ ଲାଭ କରିଥିବା ସମସ୍ତେ ଭୁବନେଶ୍ୱରର । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।

test-1ପୂର୍ବରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ । ରାଜ୍ୟରେ ଏପର୍ଯ୍ୟନ୍ତ କରୋନାରେ ୫୫ ଜଣ ସଂକ୍ରମିତ ହୋଇଥିଲେ । ଏମାନଙ୍କ ଭିତରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ୍‌ ରହିଛି ୩୬ ।  ଯଦି ଭୁବନେଶ୍ୱର କଥା କହିବା, ଏଠାରୁ ୪୨ଟି ରିପୋର୍ଟ ଆସିଥିଲା ପଜିଟିଭି । ପୂର୍ବରୁ ୭ ଓ ଗତକାଲିର ୫ ଜଣଙ୍କୁ ମିଶାଇ ମୋଟ୍‌ ୧୨ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।

maharastraଅପରପଟେ କରୋନା ମୁକାବିଲାରେ ସର୍ବୋତ୍ତମ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହୋଇଛି। ସରକାରଙ୍କ କୋଭିଡ୍‌-୧୯ ମୁକାବିଲାରେ ୮୫% ଲୋକ ସନ୍ତୋଷ ପ୍ରକାଶ କରିଛନ୍ତି । ଅର୍ଥାତ୍‌ ଜନ ସନ୍ତୁଷ୍ଟିରେ ଓଡ଼ିଶାର ରେଟିଂ ରହିଛି ୮୫ ପ୍ରତିଶତ । ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ କିଭଳି ସୁବିଧା ସୁଯୋଗ ମିଳୁଥିଲା ? ଏହାକୁ ନେଇ ଜନ୍‌ କି ବାତ୍‌ କରିଥିବା ସର୍ଭେରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିଛି । ସର୍ଭେରେ କୁହାଯାଇଛି, ଓଡ଼ିଶାରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି କରାଯାଇଛି । କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପରେ ଅତ୍ୟଧିକ ସନ୍ତୋଷ ପ୍ରକାଶ କରିଛନ୍ତି ଜନତା ।

 ସେହିପରି କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଯିଏ ବିଦେଶ ଫେରନ୍ତାଙ୍କ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଥିଲା । ଏହାସହ ହୋମ୍‌ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ । ଏହାସହ ଓଡ଼ିଶା ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ଆଗୁଆ ଚାରି ମାସ ଦରମା ପ୍ରଦାନ କରିବାକୁ ଘୋଷଣା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.