ଆମେରିକାରେ ଗୋଟିଏ ଦିନରେ ୨୬ ହଜାରରୁ ଅଧିକ ସଂକ୍ରମିତ, ୧୫୩୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଆମେରିକାରେ ହାହାକାର । ଗୋଟିଏ ଦିନରେ ୨୬ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧୫୩୫ ଜଣଙ୍କ ଜୀବନ ନେଇଛି କରୋନା । ବର୍ତ୍ତମାନ ଆମେରିକାରେ ମୋଟ୍‌ ୫ ଲକ୍ଷ ୮୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ସେହିପରି ଫ୍ରାନ୍ସ, ସ୍ପେନ୍‌, ଇଟାଲୀ, ବ୍ରିଟେନ୍‌ରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବ୍ରିଟେନ୍‌ ଓ ଫ୍ରାନ୍ସରେ ୨୪ ଘଣ୍ଟାରେ ୪ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ସ୍ପେନ୍‌ ଓ ଇଟାଲୀରେ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.