ରାଜ୍ଯରେ ପୁଣି ୮୦ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୧୨୬୯କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଉ ୮୦ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ଯା ୧୨୬୯କୁ ବୃଦ୍ଧି ପାଇଛି । ପଜିଟିଭଙ୍କ ଭିତରେ ଗଞ୍ଜାମରୁ ୧୯, ଯାଜପୁରରୁ ୧୪, ବାଲେଶ୍ବରରୁ ୩, ପୁରୀରୁ ୧୭, କଟକରୁ ଜଣେ, ସୁନ୍ଦରଗଡରୁ ୫, ନୟାଗଡରୁ ୫,ବଲାଙ୍ଗିରରୁ ୧ , ମାଲକାନଗିରିରୁ ୫, କନ୍ଧମାଳରୁ ୨, ଝାରୁସୁଗୁଡାରୁ ୩, ନବଙ୍ଗରପୁରରୁ ୧ ଏବଂ ଗଜପତି ଜିଲ୍ଲାରୁ ୪ଜଣ ଚିହ୍ନଟ ହୋଇଛନ୍ତି । ତେବେ କରୋନା ପ୍ରଭାବିତ ଜିଲ୍ଲା ମାନଙ୍କ ଭିତରେ ସାମିଲ୍ ହୋଇଛି ନବଙ୍ଗରପୁର ଓ ଗଜପତି ଜିଲ୍ଲା । ଏନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ନୂଆ ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ଏହାସହ ଦୁଇ ଜଣ ହୋମ କ୍ୱାରାନଣ୍ଟାଇନରେ ଥିଲେ । ଅନ୍ଯ ୭ ଜଣ ସ୍ଥାନୀୟ ଅଞ୍ଚଳର । ରାଜ୍ୟରେ ବର୍ତ୍ତମାନ ୮୨୬ ଆକ୍ଟିଭ୍‌ କେସ୍‌ ରହିଥିବାବେଳେ, ୭ ଜଣଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.