କରୋନାକୁ ମାତ୍‌ ଦେବାକୁ ଆସୁଛି ରୁଷିଆର ଆଉ ଏକ ସିଙ୍ଗିଲ୍‌ ଡୋଜ୍‌ ଟିକା ‘ସ୍ପୁଟନିକ୍‌ ଲାଇଟ୍‌ ଭ୍ୟାକ୍ସିନ୍‌’

ନୂଆଦିଲ୍ଲୀ: କରୋନାକୁ ମାତ୍‌ ଦେବାକୁ ଆସୁଛି ରୁଷିଆର ଆଉ ଏକ ସିଙ୍ଗିଲ୍‌ ଡୋଜ୍‌ ଟିକା । ସ୍ପୁଟନିକ୍‌ ଲାଇଟ୍‌ ଭ୍ୟାକ୍ସିନ୍‌ । ଏହି ଟିକା ଗୋଟିଏ ଡୋଜ୍‌ ନେବାକୁ ହେବ। ଦୁଇଟି ଡୋଜ୍‌ ନିଆଯାଉଥିବା ଅନେକ ଟିକା ଠାରୁ ସ୍ପୁଟନିକ୍‌ ଲାଇଟ୍‌ ଭ୍ୟାକ୍ସିନ୍‌ ଅଧିକ ପ୍ରଭାବୀ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାର ୭୯.୪ ପ୍ରତିଶତ ପ୍ରଭାବୀ । ସାରା ବିଶ୍ୱରେ ୟୁରୋପ ଓ ଆମେରିକା ଭିନ୍ନ ଅନ୍ୟ ଦେଶଗୁଡିକରେ ସ୍ପୁଟନିକର ବ୍ୟବହାରକୁ ମଞ୍ଜୁରୀ ମିଳିଛି। ଭାରତ ସମେତ ୬୦ଦେଶ ଏହା ଉପରେ ଆସ୍ଥା ସ୍ଥାପନ କରିଛନ୍ତି।

ଶୀର୍ଷ ସ୍ତରର କୋଭିଡ୍‌ ସଂକ୍ରମଣକୁ ଏହି ଟିକା ନିୟନ୍ତ୍ରଣକୁ ଆଣିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଟିକା ନେବାର ୧୦ ଦିନ ଭିତରେ ଜଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ୪୦ ଗୁଣ ବଢ଼ାଇ ପାରୁଛି ସ୍ପୁଟନିକ୍‌ ଲାଇଟ୍‌ । ଏହାର ଜରୁରୀ ବ୍ୟବହାର ପାଇଁ ରୁଷିଆ ଅନୁମତି ଦେଇଛି। ୨ରୁ ୮ଡିଗ୍ରୀ ତାପମାତ୍ରାରେ ଏହାକୁ ଗଛିତ ବା ପରିବହନ କରାଯାଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟିକା ସଂକ୍ରମିତଙ୍କ ଉପରେ ମଧ୍ୟ ପ୍ରଭାବୀ ରହୁଥିବାରୁ ସଂକ୍ରମିତ ଗୁରୁତର ହେବାର ଆଶଙ୍କା ହ୍ରାସ ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.