Below header

ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କଲେ ତାଲିକା, ୫୫ଟି ଜରୁରୀ ଔଷଧକୁ କଲେ ସାମିଲ

ଦେଶରେ କରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ସରକାର ୫୫ଟି ଜରୁରୀ ଔଷଧ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ଔଷଧଗୁଡିକୁ ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ଉପଯୋଗ କରାଯିବ। ତେବେ ICUରେ ହିଁ ଏଗୁଡିକର ସବୁଠୁ ଅଧିକ ଆବଶ୍ୟକତା ପଡିଥାଏ। ଦେଶରେ ଦିନକୁ ଦିନ ବଢି ଚାଲିଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ସରକାର ଏହା ଅନୁମାନ କରୁଛନ୍ତି କି, ଆଗାମୀ  ୩ ମାସ ଯାଏ ଏହାର ଆବଶ୍ୟକତା ପଡିବ।

t

ପରିବାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟେକ୍ନିକାଲ ୟୁନିଟର Directorate General of Health Services (DGHS) ଏହାର ସମୀକ୍ଷା କରିବାକୁ ଯାଇ ଔଷଧଗୁଡିକର ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକା Drug Controller General of India (DCGI)କୁ ଦିଆଯାଇଛି, ଯେପରି ଆଗାମୀ ସମୟରେ ଏହାର ଯୋଗାଣକୁ ସୁନିଶ୍ଚିତ କରାଯାଇ ପାରିବ।

ତେବେ ଏହି ତାଲିକାରେ ଆଣ୍ଟିବାୟୋଟିକ୍ସ, ଯନ୍ତ୍ରଣାନାଶକ ଔଷଧ (analgesics), ଭାସୋପ୍ରେସର୍ସ (vasopressors), ସିଡାଟିଭସ (sedatives), ଆଣ୍ଟି-ଏପିଲେପଟିକ, ଫ୍ଲୁଇଡସ ସହିତ ଶ୍ୱାସ ରୋଗରେ ଦିଆଯାଉଥିବା ଔଷଧ, ନେବୁଲାଇଜରରେ ଦିଆଯାଉଥିବା ଔଷଧ, ମୂର୍ଚ୍ଛା ରୋଗର ଔଷଧ ଆଦି ସାମିଲ ରହିଛି।

6

ଏ ପ୍ରକାରର ସମସ୍ତ ଔଷଧଗୁଡିକର ଉପଲବ୍ଧତା ରାଜ୍ୟରେ କିଭଳି ରହିଛି, ତାହା ଜାଣିବା ପାଇଁ DCGI ରାଜ୍ୟଗୁଡିକର ଡ୍ରଗ କଣ୍ଟ୍ରୋଲର ସହିତ ସମ୍ପର୍କ କରିଛନ୍ତି। ଯଦି ଅତ୍ୟାବଶ୍ୟକ ଔଷଧଗୁଡିକୁ ଦେଖିବା, ତେବେ ଉକ୍ତ ତାଲିକାରେ Paracetamol, Ibuprofen, Azithromycin, Ofloxacin ଭଳି ଔଷଧ ସାମିଲ ଅଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.