ଲକ୍‌ ଡାଉନ୍‌ ବେଳେ ପୋଲିସର ମହାନତା: ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ ଆସି ଘରକୁ ଫେରିପାରୁନଥିବା ରୋଗୀଙ୍କୁ ସହାୟତାର ହାତ ବଢାଇଲେ କନଷ୍ଟେବଳ

ଭୁବନେଶ୍ୱର: ପୋଲିସର ମହାନତା । ଲକ୍‌ ଡାଉନ୍‌ ବେଳେ ସବୁ ଠପ୍‌ । ଏଭଳି ସ୍ଥିତିରେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ ଆସିଥିଲେ ଜଣେ ରୋଗୀ । ଆମ୍ବୁଲାନ୍ସରେ ଆସିଥିଲେ । କିନ୍ତୁ ଗାଡ଼ି ନଥିବାରୁ ଘରକୁ ଫେରି ପାରି ନଥିଲେ । ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ କେତେ କାକୁତି କରିଥିଲେ ଘରେ ଟିକେ ଛାଡି ଦେବାକୁ । କିନ୍ତୁ ଲକ୍‌ ଡାଉନ୍‌ ପରିସ୍ଥିତିରେ ହାତ ଗଣତି ଯେଉଁ କେତେ ଜଣ ଯାଉଥିଲେ କେହି ସାହାର୍ଯ୍ୟ କରି ନଥିଲେ । ଶେଷରେ ସହାୟତାର ହାତ ବଢ଼ାଇଥିଲେ ସେଠାରେ କାର୍ଯ୍ୟରତ କମିଶନରେଟ ପୋଲିସର ଜଣେ କନଷ୍ଟେବଳ । ପିସିଆରକୁ ଫୋନ୍‌ କରିଥିଲେ । ସଙ୍ଗେ ସଙ୍ଗେ ଗାଡ଼ି ଆସିଥିଲା । ମହିଳାଙ୍କୁ ପିସିଆର ଭ୍ୟାନ ନେଇ ତାଙ୍କ ଘରେ ସୁରକ୍ଷିତ ଭାବରେ ପହଞ୍ଚାଇଥିଲେ । ଏହି ଘଟଣା ଗୋଟିଏ କଥା ସ୍ପଷ୍ଟ କରୁଛି ଯେ, ଆପଣଙ୍କ ପୋଲିସ, ଆପଣଙ୍କ ସେବାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.