Below header

ପାକିସ୍ତାନରେ କରୋନା ମୃତ୍ୟୁ ୩ ଓ ସଂକ୍ରମିତ ମାମଲା ୫୦୦ରେ ପହଞ୍ଚିଲା, ଲକ୍‌ଡାଉନ୍‌କୁ ମନାକଲା ପାକ୍‌ ସରକାର

ପାକିସ୍ତାନରେ କରୋନା ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଥିବାବେଳେ ସଂକ୍ରମିତ ସଂଖ୍ୟା ୫୦୦ରେ ପହଞ୍ଚିଛି । ହେଲେ ପାକିସ୍ତାନ ସରକାର ଦେଶରେ ଲକ୍‌ଡାଉନ୍‌ ବ୍ୟବସ୍ଥାକୁ ଆପଣେଇ ନାହାନ୍ତି ।

ଲକ୍‌ଡାଉନ୍‌ ବ୍ୟବସ୍ଥା ଦେଶରେ ଅସ୍ଥିରତା ସୃଷ୍ଟି କରିବ ଓ ଏହା ଗରୀବ ଲୋକଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପ୍ରକାଶ କରିଛନ୍ତି ।

ତେଣୁ ଆମେ ଦେଶରେ ଲକ୍‌ଡାଉନ ବ୍ୟବସ୍ଥା ପ୍ରଚଳନ କରିପାରିବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆମେ ବିଶ୍ୱର ଅନ୍ୟ ବିକଶିତ ରାଷ୍ଟ୍ର ଭଳି ଅର୍ଥନୈତିକ ପ୍ୟାକେଜ ଦେଇ ପାରିବୁ ନାହିଁ । ତେବେ ଗରୀବଙ୍କ ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ଖାନ୍‌ କହିଛନ୍ତି ।

ଇତି ମଧ୍ୟରେ ବିଶ୍ୱ ବ୍ୟାଙ୍କ ଓ ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ୍‌ ପାକିସ୍ତାନକୁ ୫୮୮ ମିଲିୟନ ଆମେରିକୀୟ ଡଲାର କରୋନା ସହାୟତା ରାଶି ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.