Below header

ଚୀନ୍‌ ତୁଳନାରେ ଇଟାଲୀରେ ବଢ଼ୁଛି ମୃତ୍ୟୁହାର, ଜାଣନ୍ତୁ ଏହା ପଛର ପ୍ରମୁଖ କାରଣ ସମ୍ପର୍କରେ…

କରୋନା ଭାଇରସ୍‌ର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ଭାଇରସ୍‌ ଯୋଗୁ ପିଲାଠୁ ବୁଢ଼ାଯାଏଁ ସମସ୍ତେ ପ୍ରଭାବିତ ହେଉଛନ୍ତି। କିନ୍ତୁ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକ ଥିବା ଜଣାଯାଇଛି। ଏଣୁ ବର୍ତ୍ତମାନ ପରିସ୍ଥିତିରେ ଘରର ବୟସ୍କଙ୍କ ଅଧିକ ଯତ୍ନ ନେବା ଆବଶ୍ୟକତା ରହିଛି। ଚୀନ୍‌ର ବୁହାନ ସହରରୁ ବ୍ୟାପିବା ଆରମ୍ଭ କରିଥିବା ଏହି କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୧୧ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ତେବେ ଚୀନ୍‌ ତୁଳନାରେ ଏହି ହାର ଇଟାଲୀରେ କ୍ରମଶଃ ବଢ଼ିବାରେ ଲାଗିଛି। ଚୀନ୍‌ରେ କରୋନା ରୋଗୀଙ୍କ ହାର କମୁଥିବା ବେଳେ ଇଟାଲୀରେ ଏହା ପ୍ରବଳ ବେଗରେ ବୃଦ୍ଧି ପାଉଛି, ଫଳରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

chinacoronavirus

ମାତ୍ର ଏହା ପଛର କାରଣ କ’ଣ? କେଉଁ କାରଣରୁ ଇଟାଲୀରେ ମୃତ୍ୟୁ ସଂଖ୍ୟା ଆଖି ପିଛୁଳାକେ ବୃଦ୍ଧି ପାଉଛି, ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଆସନ୍ତୁ ଜାଣିବା କରୋନା ଭାଇରସ୍‌ ବ୍ୟାପିବାର ପ୍ରକୃତ କାରଣ କ’ଣ…

corona

କରୋନାକୁ ରୋକିବାର ଏକମାତ୍ର ବାଟ ହେଉଛି ନିଜେ ସତର୍କ ରହିବା। ଲୋକମାନେ ସତର୍କ ରହୁ ନଥିବାରୁ କରୋନା ବ୍ୟାପିବାରେ ଲାଗିଛି। ସରକାରଙ୍କ ତରଫରୁ ଲୋକଙ୍କୁ ବାରମ୍ବାର ବାହାରକୁ ବାହାରିବାକୁ ମନା କରାଯାଉଥିଲେ ମଧ୍ୟ ଇଟାଲୀର ଲୋକମାନେ ଏହାକୁ ବେଖାତିର କରି ବାହାରକୁ ବାହାରିଥିଲେ। ମିଳିତ ଭାବେ ପାର୍ଟି, ଉତ୍ସବ ପାଳନ କରିଥିଲେ। ଏହା ଦ୍ୱାରା ରୋଗ କମିବା ବଦଳରେ ଜଣଙ୍କ ଠାରୁ ଜଣଙ୍କୁ ସଂକ୍ରମିତ ହେବାରେ ଲାଗିଲା । କ୍ରମେ ଜଣଙ୍କ ପାଖକୁ ଦୁଇ ଜଣଙ୍କୁ ଦୁଇ ଜଣଙ୍କ ଠାରୁ ଚାରି ଜଣଙ୍କୁ ଏହି କ୍ରମରେ ଏହା ବ୍ୟାପିବାକୁ ଲାଗିଥିଲା।

coronavirus

ଆକ୍ରାନ୍ତ ହେବାର ପ୍ରଥମ ୨-୪ ଦିନ ମଧ୍ୟରେ ରୋଗର ଲକ୍ଷଣ ଜଣାପଡ଼ୁନଥିବାରୁ ଲୋକମାନେ ଏହାକୁ ସହଜରେ ଠଉରାଇ ପାରିନଥିଲେ। ଫଳରେ ସେମାନେ ସ୍ୱାସ୍ଥ୍ୟାବସ୍ଥାକୁ ଏତେଟା ଗୁରୁତ୍ୱ ଦେଇନଥିଲେ। ଯାହା ଥିଲା ରୋଗ ବ୍ୟାପିବାର ପ୍ରମୁଖ କାରଣ। ଏଥିସହ ସେଠାକାର ଲୋକମାନେ ମଲ୍‌, ରେସ୍ତୋରାଁ, ଲୋକ ଗହଳି ଆଦି ସ୍ଥାନକୁ ଯିବା ମଧ୍ୟ ବନ୍ଦ କରିନଥିଲେ। ଫଳରେ ରୋଗ ବ୍ୟାପି ଚାଲିଥିଲା। ପରିଣାମ ସ୍ୱରୂପ ମୃତ୍ୟୁ ସଂଖ୍ୟା ଗତକାଲି ଗୋଟିଏ ଦିନରେ ୬୨୭ରେ ପହଞ୍ଚିଥିଲା। ଏହି ହାର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ବୋଲି ଜଣାଯାଇଛି। କରୋନା ଯୋଗୁ ଏପର୍ଯ୍ୟନ୍ତ ଇଟାଲୀରେ ମୋଟ୍‌ ୪,୦୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭,୦୨୧ ଜଣ ଆକ୍ରାନ୍ତ ହୋଇଛନ୍ତି।

coronavirus

ମାତ୍ର କରୋନାର ଜନ୍ମସ୍ଥଳ ଚୀନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଏହା ତୁଳନାରେ ଅଧିକ ଥିଲେ ମଧ୍ୟ ମୃତ୍ୟୁହାର କମ୍‌ ରହିଛି। ଚୀନ୍‌ରେ ବର୍ତ୍ତମାନ ୮୧,୦୦୮ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୩,୨୫୫ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଇଟାଲୀ ତୁଳନାରେ ଖୁବ୍‌ କମ୍‌। ତେବେ ଇଟାଲୀର ଏହି ବେପରୁଆ ମନୋଭାବ ଯୋଗୁ ଆଜି ହଜାର ହଜାର ଲୋକଙ୍କ ଜୀବନ ଯାଇଛି, ଯେଉଁଥିରୁ ଲୋକମାନେ ଚେତିବା ଆବଶ୍ୟକତା ରହିଛି। ଏଣୁ ବର୍ତ୍ତମାନର ମହାମାରୀ ସମୟରେ ବେପରୁଆ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.