କରୋନା ଭାଇରସକୁ ନେଇ ସରକାରଙ୍କ କଡା ଆଇନ, ନିୟମ ଭାଙ୍ଗିଲେ ୬ ମାସର ଜେଲ ସହିତ ଜରିମାନା

କରୋନା ଭାଇରସକୁ ନେଇ ସରକାର ଏବେ ଧୀରେ ଧୀରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ନିୟମର ଅବମାନନା କରିବା ସହିତ ହୋମ କ୍ଵାରେଣ୍ଟାଇନକୁ ଭାଙ୍ଗୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବା ସହିତ ୬ ମାସର ଜେଲ ଓ ଜରିମାନା ଲାଗୁ କରାଯିବ ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶ ଓ ପରାମର୍ଶ ସହିତ ସମସ୍ତ ନିୟମ ପାଳନ କରିବା ପାଇଁ ସରକାର ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଏହି ସଂକ୍ରମଣକୁ ବ୍ୟାପିବାରେ ରୋକିବା ଏବଂ ହୋମ କ୍ଵାରେଣ୍ଟାଇନକୁ ଧ୍ୟାନରେ ରଖି ସାମାଜିକ ସନ୍ତୁଳନ ରକ୍ଷା କରିବା ନିହାତି ଜରୁରୀ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକମାନଙ୍କୁ ପରାମର୍ଶ ଦେଇଛି ।

ମହାମାରୀ ରୋଗ ଅଧିନିୟମ ଧାରା ୧୦ ଅନୁଯାୟୀ ରାଜ୍ୟର ଏହି ଅଧିକାର ରହିଛି ଯେ ନିୟମ ଭାଙ୍ଗୁଥିବା ଲୋକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ୬ ମାସର ଜେଲ ଓ ୧୦୦୦ ତାଙ୍କର ଜରିମାନା ଲଗାଇ ପାରିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୁଣିଥରେ ରାଜ୍ୟଗୁଡିକୁ ଏହି ନିୟମ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଯଦିଓ କେନ୍ଦ୍ରରେ ଏହି ନିୟମ ପୂର୍ବରୁ ହିଁ ଲାଗୁ କରାଯାଇଛି ।

ନିକଟରେ ଏପରି କିଛି ମାମଲା ସାମ୍ନାକୁ ଆସିଛି ଯେଉଁଠି କିଛି ଲୋକ ଆଇସୋଲେସନ ଏବଂ ହୋମ କ୍ଵାରେଣ୍ଟାଇନର ପାଳନ କରୁନାହାନ୍ତି । ତେବେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫,୦୦୦ରୁ ଅଧିକ ନମୁନା ଟେଷ୍ଟ କରାଯାଇ ସାରିଛି ସେଥିମଧ୍ୟରୁ ୬୭୦୦ ଜଣ ଲୋକଙ୍କୁ ଡାକ୍ତରଙ୍କ ହେପାଜତରେ ରଖାଯାଇଛି ଏବଂ ୧.୧୨ ଲକ୍ଷ ଲୋକ ସମାଜର ଦୃଷ୍ଟିରେ ରହିଛନ୍ତି । କେବଳ ସାମଜିକୀକରଣ ଯୋଗୁଁ କରୋନା ଭାଇରସ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ସାମାଜିକ ସଂଚାର ଓ ପ୍ରସାରକୁ ରୋକିବା ନିହାତି ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.