Below header

ବିଶ୍ୱରେ ୨ କୋଟି ଟପିଲା କରୋନା ସଂକ୍ରମଣ, ୭ ଲକ୍ଷ ୩୩ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟ

କେନ୍ୟୁଜ (ବ୍ୟୁରୋ): ବିଶ୍ୱରେ ୨ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨ କୋଟି ୨୧ ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି । ପ୍ରଥମ ୫୦ ଲକ୍ଷ ଛୁଇଁବାକୁ ୧୪୧ ଦିନ ସମୟ ଲାଗିଥିଲା । ଏହା ପରେ ଦ୍ରୁତ ଗତିରେ ବଢିଛି ସଂକ୍ରମଣ । ୫୦ ଲକ୍ଷରୁ ୧ କୋଟି ଛୁଇଁବାକୁ ୩୮ ଦିନ, ୧ କୋଟିରୁ ଦେଢ କୋଟି ପାଇଁ ୨୪ ଦିନ ଓ ଏବେ ଦେଢ କୋଟିରୁ ୨ କୋଟି ସଂକ୍ରମଣ ଛୁଇଁବାକୁ ଲାଗିଛି ମାତ୍ର ୨୦ ଦିନ । ଅର୍ଥାତ୍‌ ମାତ୍ର ୨୦ ଦିନରେ ୫୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona news

ସଂକ୍ରମଣ ସହ ବିଶ୍ୱରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୩୩ ହଜାରରୁ ଅଧିକ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି । ସେହିପରି ଏକ କୋଟି ୨୮ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ୍‌ ଓ ଭାରତ ତୃତୀୟ ସ୍ଥାନରେ ରହିଛି । ହେଲେ ଆମେରିକା ଓ ବ୍ରାଜିଲ୍‌ ତୁଳନାରେ ପ୍ରତ୍ୟେକ ଦିନ ଭାରତରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭାରତରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ପାର କଲାଣି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.