ବିଶ୍ୱରେ କୋରନା ମୃତ୍ୟୁ ସଂଖ୍ୟା ୯ ଲକ୍ଷ ପାର୍, ୭୦ ଲକ୍ଷ ଉପରେ ଆକ୍ଟିଭ କେସ୍

ନୂଆଦିଲ୍ଲୀ: ବିଶ୍ୱରେ କୋରନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ଅତିକ୍ରମ କରିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ରହିଥିବା ବେଳେ ୨ କୋଟି ସୁସ୍ଥ ହୋଇସାରିଲେଣି । ବର୍ତ୍ତମାନ ସାରା ବିଶ୍ୱରେ ୭୦ ଲକ୍ଷ ଆକ୍ଟିଭ କେସ ରହିଛି । ବିଶ୍ୱ କୋରନା ଗ୍ରାଫରେ ଆମେରିକା ୧ ନମ୍ବରରେ ରହିଥିବାବେଳେ ତାପଛକୁ ରହିଛି ଭାରତ । ବ୍ରାଜିଲ ଦ୍ୱିତୀୟରୁ ତୃତୀୟକୁ ଖସିଛି ।

ଆମେରିକାରେ ମୋଟ ସଂକ୍ରମିତ ୬୫ ଲକ୍ଷ ୫୯ ହଜାର ୫୦୯ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୭୬୧ ରହିଛି । ସେହିପରି ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫ ଲକ୍ଷ ୫୯ ହଜାର ୭୧୦ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୭୬ ହଜାର ପାର କରିଛି। ଆଜି ଦିନକରେ ଭାରତରେ ୯୬,୫୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୧୨୦୯ ମୃତ । ଅନ୍ୟପଟେ ତୃତୀୟରେ ଥିବା ବ୍ରାଜିଲରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ୧୦ ହଜାର ୫୫୬ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆମେରିକା ତଳକୁ ରହିଛି । ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୮ ହଜାର ୮୫୭ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.