ଗବେଷକଙ୍କ ନୂତନ ତଥ୍ୟ : ପ୍ରବଳ ବେଗରେ ସଂକ୍ରମିତ ହେବାରେ ଲାଗିଛି ପରିବର୍ତ୍ତିତ କରୋନା ଭାଇରସ୍, ମାସ୍କ ଓ ସାମାଜିକ ଦୂରତ୍ୱକୁ ବି ମାନିବନି

କରୋନାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ବାହିରିବାରେ ଲାଗିଛି । ଏବେ ଗବେଷଣାରୁ ସଦ୍ୟ ତଥ୍ୟ ପ୍ରକାଶ ପାଇଛି ଯେ କରୋନା ଭାଇରସ୍ ତା’ର କାୟା ପରିବର୍ତ୍ତନ (ଜେନେଟିକ୍ ଚେଞ୍ଜ୍) କରିଛି । ଯାହା ଆଉ ମାସ୍କ କିମ୍ବା ସାମାଜିକ ଦୂରତ୍ୱକୁ ମାନିବନି ।
ଓ୍ଵାଶିଂଟନ ପୋଷ୍ଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ କରାଯାଇଥିବା ସବୁଠୁ ବଡ଼ ଆନୁବଂଶିକ ଗବେଷଣାରୁ ଏହା ଜଣାପଡ଼ିଛି । ଆମେରିକା ଟେକ୍ସସାସ୍ର ହୁଷ୍ଟେନ୍ରେ କରୋନା ଭାଇରସ୍ର ଦ୍ୱିତୀୟ ଦଫା ସଂକ୍ରମଣରେ ପ୍ରାୟ ୯୯.୯ ପ୍ରତିଶତ ମାମଲା ନୂଆ କରୋନା ଭାଇରସ D614G ବୋଲି ଜଣାପଡ଼ିଛି ।
ଏଥିପୂର୍ବରୁ ଏହି ଭାଇରସ୍ର ବିଷୟରେ ଜଣାପଡ଼ିଥିଲା । ତେବେ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ଏହି ନୂତନ ଭାଇରସ୍ ଅଧିକ ସଂକ୍ରାମକ । ଏହା ଏତେ ସଂକ୍ରାମକ ଯେ ସାମାଜିକ ଦୂରତ୍ୱ କିମ୍ଭା ମାସ୍କ ଏହାକୁ ବାଧା ଦେଇପାରିବ ନାହିଁ । ଯାହାଦ୍ୱାରା କରୋନାକୁ କାବୁ କରିବାରେ ମଧ୍ୟ ଅସୁବିଧା ସୃଷ୍ଟି ହେବ । ହେଲେ ଏଥିରେ ମୃତ୍ୟୁ ହାର କମ୍ ରହିବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।
ଗବେଷଣାରୁ ଆହୁରି ଜଣାପଡ଼ିଛି ଯେ କରୋନାର ଏହି ପରିବର୍ତ୍ତିତ ଭାଇରସ୍ ପ୍ରୋଟିନ୍ ସଂରଚନାରେ ମଧ୍ୟ ପରିବର୍ତ୍ତନ ଆଣେ । ଆମେରିକାର ଶିକାଗୋ ୟୁନିଭରସିଟି ଟିମ୍ କହିବା ଅନୁଯାୟୀ ନୂତନ ଭାଇରସ୍ରେ ସଂକ୍ରମିତ ଲୋକଙ୍କ ସଂକ୍ରମଣ ଏତେ ଅଧିକ ଯେ ଏହା ଅଧିକ ଲୋକଙ୍କୁ ସଂକ୍ରମିତ କରିପାରିବେ ।