ପ୍ରତୀକ୍ଷାର ହେଲା ଅନ୍ତ: ବ୍ରିଟେନରେ କୋଭେଣ୍ଟ୍ରି ମେଡିକାଲରେ ପ୍ରଥମେ ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ ନେଲେ କରୋନା ଟିକା

ବ୍ରିଟେନ: ବ୍ରିଟେନରେ କରୋନା ଟିକାକରଣ ଆରମ୍ଭ । କୋଭେଣ୍ଟ୍ରି ମେଡିକାଲରେ ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ ପ୍ରଥମେ ଟିକା ନେଇଛନ୍ତି । ସେହିପରି ମହାରାଣୀ ଏଲିଜାବେଥ୍‌-ଦ୍ୱିତୀୟ ପ୍ରଥମ ଟିକା ନେବେ । ତାଙ୍କ ବୟସ ୯୪ ବର୍ଷ । ୯୯ବର୍ଷୀୟ ରାଜକୁମାର ଫିଲିପ୍‌ ବି ଟିକା ନେବେ । ଆଗଧାଡିର ସ୍ୱାସ୍ଥ୍ୟ କର୍ମଚାରୀ, ୮୦ ବର୍ଷ ବୟସରୁ ଅଧିକ ଲୋକ, କେୟାର ହୋମ୍‌ କର୍ମଚାରୀ ଫାଇଜର କୋଭିଡ ଟିକା ପାଇବେ । ଆବଶ୍ୟକ କରୁଥିବା ସମସ୍ତଙ୍କୁ ଟିକାକରଣ ପାଇଁ ଅନେକ ମାସ ଲାଗିବ ।

ଇଂଲଣ୍ଡରେ ଟିକା ପରିଚାଳନା ପାଇଁ ହବ୍‌ ଭାବେ କାର୍ଯ୍ୟ କରିବାକୁ ୫୦ ଡାକ୍ତରଖାନାକୁ ଚୟନ କରାଯାଇଛି । ସ୍କଟଲ୍ୟାଣ୍ଡ, େଓ୍ଵଲ ଏବଂ ଉତ୍ତର ଆୟରଲ୍ୟାଣ୍ଡରେ ଡାକ୍ତରଖାନାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଟିକା ୯୫ ପ୍ରତିଶତ ସଫଳ । ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଏହି ଟିକାକୁ କିନ୍ତୁ ସଂରକ୍ଷିତ କରି ରଖିବାକୁ ଆବଶ୍ୟକ ମାଇନସ ୭୦ ଡିଗ୍ରୀ ସେଲସିୟସ ତାପମାତ୍ରା । ଅଲଟ୍ରା ଲୋ ଫ୍ରିଜର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.