ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ୪୮୯ ପଜିଟିଭ୍‌ ଚିହ୍ନଟ, ଗଲା ୩ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍‌ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭ ପ୍ରତିଶତ ।

ସୁନ୍ଦରଗଡରୁ ୧ ହଜାର ୪୪୭, କଟକରୁ ୭୮୬ ଓ ସମ୍ବଲପୁରରୁ ୩୮୭ ଓ ବାଲେଶ୍ୱରରୁ ୪୩୩ ନୂଆ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୭୦ ହଜାର ୧୧୭ ଟେଷ୍ଟିଂ ହୋଇଛି । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୭୫ ହଜାର ୭୯୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.