ଭାରତର ପ୍ରଥମ କରୋନା ରୋଗୀ ହେଲେ ସୁସ୍ଥ, ପ୍ରକାଶ କଲେ ନିଜ ଅନୁଭୂତି

କରୋନା ଭାଇରସକୁ କେନ୍ଦ୍ର କରି ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଜି କରୋନାକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି।ଦେଶର ସର୍ବପ୍ରଥଢ଼ କରୋନା ଆକ୍ରାନ୍ତ ରୋଗୀ ରୂପେ ଚିହ୍ନଟ ହୋଇଥିବା ରାଜଧାନୀ ନୂଆଦିଲ୍ଲୀ ମୟୂର ବିହାର ସ୍ଥିତ ଜଣେ ବ୍ୟକ୍ତି ୧୪ ଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପରେ ବାହାରକୁ ବାହାରିଛନ୍ତି। ଏବେ ସେ ବାହାରକୁ ବାହାରିବା ପରେ ମହାରୋଗରେ ପୀଡିତ ଥିବା ସମୟରେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି।

corona-ବ୍ୟକ୍ତି ଜଣକ ହେଉଛନ୍ତି ସେ ଜଣେ ଚମଡ଼ା ରପ୍ତାନିକାରୀ ବ୍ୟବସାୟୀ। ସେ ୟୁରୋପ, ଇଟାଲି, ହଙ୍ଗେରି ଗସ୍ତ ସାରିବା ପରେ ଭିଏନାରୁ ଆସି ଫେବୃଆରି ୨୫ ତାରିଖରେ ସେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଜ୍ୱର ହୋଇଥିଲା। ଥର୍ମୋମିଟରରେ ମାପି ଦେଖିଲେ ତାଙ୍କୁ ୯୯.୫ ଜ୍ୱର ଅଛି। ପରଦିନ ସେ ଯାଇଥିଲେ ତାଙ୍କ ଘର ନିକଟସ୍ଥ ଜଣେ ଡାକ୍ତରଙ୍କ ପାଖକୁ। ସେ ତାଙ୍କୁ ୩ ଦିନ ପାଇଁ ଔଷଧ ଦେଇଥିଲେ। କିନ୍ତୁ ସେଥିରେ ତାଙ୍କ ଜ୍ୱର କମିଲା ନାହିଁ। ପରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଫେବୃଆରି ୨୯ ତାରିଖରେ ଗଲେ ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲକୁ। ପ୍ରାଥମିକ ପରୀକ୍ଷା ନିରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରି ଡାକ୍ତର ତାଙ୍କୁ ସଙ୍ଗେ ସଙ୍ଗେ ‘ଆଇସୋଲେସନ୍’ ଓ୍ଵାର୍ଡ ରେ ରଖିଥିଲେ। ମାର୍ଚ୍ଚ ୧ ତାରିଖରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

corona wardଏକଥା ଜଣାପଡ଼ିବା ପରେ ସମଗ୍ର ମୟୂର ବିହାର ଓ ନୋଇଡ଼ାରେ ହଇଚଇ ଖେଳିଗଲା। କାରଣ, ବିଦେଶରୁ ଫେରିବା ପରେ ସେ ଫେବ୍ରୁଆରି ୨୮ ତାରିଖରେ ତାଙ୍କ ପୁଅର ଜନ୍ମଦିନ ପାର୍ଟି ଏକ ପଞ୍ଚତାରକା ହେଟେଲରେ ଦେଇଥିଲେ ଏବଂ ଯେଉଁଥିରେ ତାଙ୍କ ପୁଅ ସ୍କୁଲର ଶତାଧିକ ସାଙ୍ଗ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗ ଦେଇଥିଲେ। ଏହାପରେ ପରେ ସେ ଯେଉଁ ହେଟେଲରେ ପୁଅର ଜନ୍ମଦିନ ପାର୍ଟି ଦେଇଥିଲେ ସେ ହୋଟେଲର ସମସ୍ତ କର୍ମଚାରୀ ଓ ସେ ଯେଉଁ ବିମାନରେ ଭାରତ ଆସିଥିଲେ ସେ ବିମାନର ସମସ୍ତ କ୍ର୍ୟୁ ସଦସ୍ୟଙ୍କୁ କ୍ୱାରେଣ୍ଟିନ୍‌ରେ ପଠାଇ ଦିଆଗଲା। ସମସ୍ତଙ୍କର ସ୍ୱାବ ମଧ୍ୟ ପରିକ୍ଷା ହେଲା ହେଲେ ସବୁ ରିପୋର୍ଟ ନେଗେଟିଭ୍ ଆସିଲା।

wardରିପୋର୍ଟ ଅନୁଯାୟୀ ବ୍ୟକ୍ତି ଜଣକ କହିଛନ୍ତି ଆଇସୋଲେସନ ଓ୍ଵାର୍ଡରେ ରହିବା ନେଇ କହିଛନ୍ତି, ଏହା ଜେଲ୍‌ ନୁହେଁ ଏହା ଏକ ଭଲ କକ୍ଷ(ରୁମ୍‌)। ‘ଆଇସୋଲେସନ୍’ ଓ୍ଵାର୍ଡ ଓ ଏଥିରେ ନିୟୋଜିତ ଡାକ୍ତର ଓ ନର୍ସମାନଙ୍କର ପ୍ରଶଂସାରେ ଏବେ ଶତମୁଖ ଏହି ବ୍ୟକ୍ତି। ‘ଆଇସୋଲେସନ୍’ ଓ୍ଵାର୍ଡରେ ଅବସ୍ଥାନ କାଳରେ ମୋତେ ସବୁବେଳେ ଅନୁଭବ ହୋଇଛି ମୁଁ ଯେପରି ନିଜ ଘରେ ଅଛି। ମୋର ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସମାନେ ମୋତେ ସବୁବେଳେ ଗୋଟେ ଅନୁଭବ ଦେଇଛନ୍ତି ସତେ ଯେମିତି ମୋର କିଛି ହୋଇନାହିଁ। ‘ଆଇସୋଲେସନ୍’ ଓ୍ଵାର୍ଡରେ ରହିବାର ଦୁଇଦିନ ପରଠାରୁ ହିଁ ମୁଁ ଆରୋଗ୍ୟ ଲାଭ କରିବାକୁ ଆରମ୍ଭ କଲି। କେବଳ ମାତ୍ର ସେମାନଙ୍କ ଠାରୁ ପାଇଥିବା ମନୋବଳ ଓ ସେମାନଙ୍କର ଆନ୍ତରିକତା ପୂର୍ଣ୍ଣ ଚିକିତ୍ସା ହିଁ ମୋତେ କରୋନାରୁ ଆରେଗ୍ୟ କରାଇଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.