ଗୁଜୁରାଟ ସୁରତରେ ୪ ଜଣ ଓଡ଼ିଆ ଶ୍ରମିକଙ୍କ ଜୀବନ ନେଲା କରୋନା, ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର

 ଗଞ୍ଜାମ : ପ୍ରବାସୀଙ୍କୁ ପୁଣି ଘରମୁହାଁ କରିଛି କରୋନାର ଦ୍ୱିତୀୟ ଲହରୀ । ଗୁଜୁରାଟ ସୁରତରେ ୪ ଜଣ ଓଡ଼ିଆ ଶ୍ରମିକଙ୍କ ଜୀବନ ନେଇଛି କରୋନା । ମୃତ ଶ୍ରମିକ ମାନେ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ଏମାନଙ୍କୁ ରେଡ୍‌କ୍ରସ ତରଫରୁ ସମସ୍ତ ସବୁଧା ମିଳିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଏପଟେ ଝାଡଖଣ୍ଡ, ଛତିସଗଡ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟରୁ ଫେରୁଛନ୍ତି ଶ୍ରମିକ । ସପ୍ତାହେ ହେବ ରେଳ ଷ୍ଟେସନ୍‌ରେ ଭିଡ଼ ଲାଗିଛି । କରୋନା ସଂକ୍ରମଣ ଓ ନାଇଟ୍‌ କର୍ଫ୍ୟୁ, ଲକ୍‌ଡାଉନ୍‌ ଭୟରେ ଘରକୁ ଫେରୁଛନ୍ତି । ଜୀବନ ଓ ଜୀବିକା ପ୍ରତି ବିପଦ ଦେଖି ଆଉ ବାହାର ରାଜ୍ୟରେ ରହିବାକୁ ଉଚିତ ମନେ କରୁନାହାନ୍ତି ପ୍ରବାସୀ । ବାହାର ରାଜ୍ୟରୁ ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଗତ ବର୍ଷ ମଧ୍ୟ ଠିକ୍‌ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଜୀବନ ଜୀବିକା ଭୟରେ ବାହାର ରାଜ୍ୟ ଛାଡ଼ି ଘରମୁହାଁ ହୋଇଥିଲେ ପ୍ରବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.