ଜମ୍ମୁ-କାଶ୍ମୀରରେ ୨ଟି ସ୍ଥାନରେ ଏନକାଉଣ୍ଟର, ୫ ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ୨ଟି ସ୍ଥାନରେ ଏନକାଉଣ୍ଟରରେ ୫ ଆତଙ୍କୀ ନିହତ ହୋଇଛନ୍ତି । ଅଓ୍ଵନ୍ତିପୁରାର ଟ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହିି ଅପରେସନ ଏବେ ବି ଜାରି ରହିଛି। ଅନ୍ୟପଟେ ସୋପିଆନ ଜିଲ୍ଲାରେ ଆତଙ୍କବାଦୀ-ଯବାନ ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସୋପିୟାନର ଏକ ମସଜିଦ୍‌ରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା । ପରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ ଆରମ୍ଭ କରିଥିଲେ। ଯବାନଙ୍କ ପାଲଟା ଗୁଳିରେ ୩ ଆତଙ୍କବାଦୀ ଟଳିପଡିଛନ୍ତି। ଏବେ ବି ଆଉ ୨ ଜଣ ଆତଙ୍କବାଦୀ ମସଜିଦ ମଧ୍ୟରେ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.