CDC ରିପୋର୍ଟ ତଥ୍ୟ: ଟିକା ନେଇଥିବା ଲୋକଙ୍କ ତୁଳନାରେ ଟିକା ନେଇ ନଥିଲେ ମୃତ୍ୟୁର ରହିଛି ୧୧ ଗୁଣ ଆଶଙ୍କା

କେନ୍ଯୁଜ୍: ଟିକା ନେଇଥିବା ଲୋକଙ୍କ ତୁଳନାରେ ଟିକା ନେଇ ନଥିଲେ ମୃତ୍ୟୁର ୧୧ ଗୁଣ ଆଶଂକା ରହିଛି । ସେହିପରି ଟିକା ନେଇ ନଥିଲେ ମେଡିକାଲରେ ଭର୍ତ୍ତି ହେବାର ୧୦ ଗୁଣ ଆଶଂକା ରହିଛି । ସେଣ୍ଟ୍ରାଲ ଫର ଡିସିଜ୍‌ କଣ୍ଟ୍ରୋଲ-CDCର ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ବସନ୍ତ ଓ ଗ୍ରୀଷ୍ମ ଋତୁ ପାଇଁ ଏହି ଚେତାବନୀ ଦିଆଯାଇଛି । ସିଡିସି କରିଥିବା ଅନ୍ୟ ଏକ ଅନୁଧ୍ୟାନରୁ ଜଣା ପଡ଼ିଛି, ଫାଇଜର ଓ ଜନ୍‌ସନ୍‌ ଟିକାଠାରୁ ମଡେର୍ଣ୍ଣା ଟିକା ଅଧିକ ପ୍ରଭାବୀ । ଆମେରିକାର ୯ଟି ରାଜ୍ୟରେ ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ୩୨ ହଜାର ରୋଗୀଙ୍କ ଉପରେ ଅନୁଧ୍ୟାନ ହୋଇଥିଲା ।

୩ଟି ଟିକା ହାରାହାରି ୮୬ ପ୍ରତିଶତ ପ୍ରଭାବୀ ହୋଇଥିବା ବେଳେ କେବଳ ମଡେର୍ଣ୍ଣା ଟିକା ୯୫ ପ୍ରତିଶତ ପ୍ରଭାବୀ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି । ଫାଇଜର ୮୦ ପ୍ରତିଶତ ଓ ଜନସନ୍‌ ଟିକା ୬୦ ପ୍ରତିଶତ ପ୍ରଭାବୀ । ସିଡିସି ନିର୍ଦ୍ଦେଶକ କହିଛନ୍ତି, ଟିକା କାମ ଦେଉଛି । କୋଭିଡରେ ଗୁରୁତର ହେବାରୁ ରକ୍ଷା କରୁଛି ଟିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଟିକାକୁ ବାଧ୍ୟତାମୂଳକ କରିଥିବା ବେଳେ ସିଡିସିର ଏହି ରିପୋର୍ଟ ସାମ୍ନାକୁ ଆସିଛି । ଆମେରିକାରେ ଅନେକ ଲୋକ ଟିକା ନେବାକୁ ଅନିଛା ପ୍ରକାଶ କରୁଥିବାରୁ ଟିକାକୁ ବାଧ୍ୟତାମୂଳକ କରିଛି ବାଇଡେନ୍‌ ପ୍ରଶାସନ । ଏ

ପରିକି ଫେଡେରାଲ କର୍ମଚାରୀଙ୍କୁ ଡିସ୍‌ମିସ୍‌ କରିବାକୁ ଚେତାବନୀ ଦିଆଯାଇଥିବା ବେଳେ ଘରୋଇ କର୍ମଚାରୀଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗିବ ବୋଲି ବାଇଡେନ୍‌ ଶୁଣାଇ ଦେଇଛନ୍ତି । ଆମେରିକାରେ ଏପର୍ଯ୍ୟନ୍ତ ୬ ଲକ୍ଷ ୫୦ହଜାର ଲୋକ କରୋନାରେ ପ୍ରାଣ ହରାଇଥିଲେ । ଗତ ୮ ଦିନ ଭିତରେ ଦୈନିକ ହାରାହାରି ୧୫ ଲୋକଙ୍କ ଜୀବନ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.