ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୧୫ ଲକ୍ଷରୁ ଅଧିକ ସଂକ୍ରମିତ, ତ୍ରାହିତ୍ରାହି ଡାକୁଛି ଆମେରିକା ଓ ୟୁରୋପ

କେନ୍ଯୁଜ୍: କ୍ରମାଗତ ତୃତୀୟ ଦିନ ପାଇଁ ବିଶ୍ୱରେ ୧୦ ଲକ୍ଷରୁ ଅଧିକ ମାମଲା । ଗତ ୨୪ ଘଣ୍ଟାରେ ବିଶ୍ୱବ୍ୟାପୀ ୧୫ ଲକ୍ଷ ୯୧ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍‌ ବ୍ୟାପିବା ସହ ଆମେରିକା ଓ ୟୁରୋପର ଅନେକ ଦେଶରେ ଦୈନିକ ସଂକ୍ରମଣ ରେକର୍ଡ କରିଛି । ଆମେରିକାରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୬୫ ହଜାର ନୂଆ ମାମଲା ।

ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୧ ହଜାର ୬୭୪ ଜଣ । ହସ୍ପିଟାଲରେ ବେଡ୍‌ ନାହିଁ । ତ୍ରାହିତ୍ରାହି ଡାକୁଛି ୟୁରୋପ । ଫ୍ରାନ୍‌ସରେ ସଂକ୍ରମଣ ବ୍ରେକ୍‌ ଫେଲ୍‌ । ୨୪ ଘଣ୍ଟାରେ ୨ଲକ୍ଷ ୮ ହଜାର ୯୯ ସଂକ୍ରମିତ ଚିହ୍ନଟ । ଜାନୁଆରୀରେ ଫ୍ରାନ୍‌ସର ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ଛୁଇଁବ ବୋଲି ଆଶଂକା କରାଯାଉଛି।

ବ୍ରିଟେନ୍‌, ଇଟାଲୀ, ଗ୍ରୀସ ଓ ପର୍ତ୍ତୁଗାଲରେ ଓମିକ୍ରନ୍‌ ବିସ୍ଫୋରଣ । ବ୍ରିଟେନ୍‌ରେ ୨୪ ଘଣ୍ଟାରେ ୧ ଲକ୍ଷ ୮୩ ହଜାର କେସ୍‌ । ଅଷ୍ଟ୍ରେଲିଆରେ ମଧ୍ୟ ବିସ୍ଫୋରକ ସ୍ଥିତି । ମାମଲା ବଢ଼ିବା ସହ ହସ୍ପିଟାଲାଇଜେସନ୍‌ ବଢ଼ିଛି । ତେବେ ଆଶ୍ୱସ୍ତିର କଥା ଡେଲ୍‌ଟା ଭାରିଆଣ୍ଟ ପରି ଗୁରୁତର କରୁନି ଓମିକ୍ରନ୍‌ । କିନ୍ତୁ ସଂକ୍ରମଣ ବଢ଼ିବା ସହ ମେଡିକାଲ ଉପରେ ଚାପ ବଢ଼ିବାର ଆଶଂକା ବଢ଼ି ଯାଇଛି । ଓମିକ୍ରନ୍‌ ବିପଦ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.