କଣ କରୋନା ଭାଇରସ ଦ୍ୱାରା ମୃତ୍ୟୁ ହେଲେ ବି ମିଳିବ ଜୀବନ ବୀମା ଟଙ୍କା, ଏଇଠି ଜାଣନ୍ତୁ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର

ସାରା ଦୁନିଆରେ ଏବେ ଆତଙ୍କ ଖେଳାଇଛି କରୋନା ଭାଇରସ। ସାରା ବିଶ୍ଵ ପାଇଁ ମହାମାରୀ ଘୋଷିତ ହୋଇସାରିଥିବା କରୋନା ଭାଇରସ ସଂକ୍ରମଣ ମାମଲା ଭାରତରେ ବହୁତ ମାତ୍ରାରେ ବଢ଼ିବାରେ ଲାଗିଛି। ଦୁନିଆର ସବୁ ଲୋକ ଏବେ ଏହି ଭାଇରସ ପାଇଁ ଚିନ୍ତାରେ ଅଛନ୍ତି। ଏମିତିରେ ଏହାକୁ ନେଇ ବୀମା ନିୟମ ଏବଂ ପ୍ରାବନ୍ଧନକୁ ନେଇ ମଧ୍ୟ ଉତ୍ସୁକତା ବଢ଼ିବାରେ ଲାଗିଛି। ପ୍ରଶ୍ନ ଆସୁଛି ଯେ ଯଦି କୌଣସି ବ୍ୟକ୍ତିଙ୍କର କରୋନା ଭାଇରସ ପାଇଁ ମୃତ୍ୟୁ ହେଉଛି ତେବେ କଣ ତାଙ୍କ ପରିବାର ଲୋକଙ୍କୁ ଜୀବନ ବୀମା ଟଙ୍କା ମିଳିବ।

ପୁରୁଣା ପଲିସିରୁ ମିଳିବ ଫାଇଦା

ଏକ୍ସପର୍ଟଙ୍କ କହିବା ଅନୁଯାଇ କୌଣସି ବି ଜୀବନ ବୀମା ପଲିସିରେ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ମୃତ୍ୟୁ ହୋଇଥାଏ ତେବେ ଏମିତିରେ କରୋନା ମଧ୍ୟ ଏକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଅଟେ। ଯଦି ବୀମାଧାରକଙ୍କର ମୃତ୍ୟୁ ହେଉଛି ତେବେ ତାଙ୍କ ପରିବାରକୁ ବୀମା ଟଙ୍କା ପ୍ରଦାନ କରାଯିବ। କିନ୍ତୁ ଉପଯୁକ୍ତ ତଥ୍ୟର ଅଭାବ କାରଣରୁ ଏହାକୁ ନେଇ ଭ୍ରମରେ ଅଛନ୍ତି ଯେ କଣ କରୋନା ଭାଇରସରେ ପୀଡିତ ରୋଗୀ ମଧ୍ୟ ଜୀବନ ବୀମାର ଲାଭ ପାଇପାରିବେ।

ନୂଆ ପଲିସିରେ କଭର ହେବ କରୋନା

providentଏକ୍ସପର୍ଟଙ୍କ କହିବାନୁଯାୟୀ ଯଦି ଆପଣ ନୂଆ ଇନ୍ସୁରାନ୍ସ ପଲିସି ନେଉଛନ୍ତି ତେବେ ଏହି କଥାକୁ ଧ୍ୟାନରେ ରଖିବାକୁ ହେବ ଯେ ବୀମା କମ୍ପାନୀ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ମେଡିକାଲ ହିଷ୍ଟ୍ରୀକୁ ଯାଞ୍ଚ କରିବେ। ଏହା ନିଷ୍ପତି ନିଆଯାଇଛି ଯେ ମହାମାରୀ ଘୋଷିତ ହୋଇସାରିଥିବା କରୋନା ଭାଇରସ ସଂକ୍ରମଣର ପ୍ରଭାବ ବର୍ତ୍ତମାନ ଥିବା ବୀମା ପଲିସିର ପ୍ରିମିୟମରେ ଦେଖିବାକୁ ମିଳିପାରେ। ଏକ୍ସପର୍ଟଙ୍କ କହିବାନୁଯାୟୀ ଏମିତି ବି ହୋଇପାରେ ଯଦି ଆପଣ ଏବେ ଜୀବନ ବୀମା ପଲିସି ପାଇଁ ଆବେଦନ ପ୍ରକ୍ରିୟାରେ ଅଛନ୍ତି ତେବେ କମ୍ପାନୀ ପକ୍ଷରୁ ଏହାକୁ ହୋଲଡ଼ କରିଦିଆଯିବ କିମ୍ବା ରିଜେକ୍ଟ କରିଦିଆଯିବ। ଯଦି ବୀମା ପଲିସି ଆପଣ ନେଉଛନ୍ତି ତେବେ ଏହା ଜରୁରୀ ଅଟେ ଯେ ସେଥିରେ ଦିଆଯାଇଥିବା ପ୍ରାବନ୍ଧନ ଏବଂ କଭରେଜ ବିଷୟରେ ଭଲଭାବେ ପଢିନେବା ଉଚିତ।

ବୀମା ପ୍ରିମିୟମ ଭରିବା ପାଇଁ ୩୦ ଦିନ ରହିଛି ଅତିରିକ୍ତ ସମୟ

ଜୀବନ ବୀମା ନିୟାମକ ପ୍ରାଧିକରଣ ଅର୍ଥାତ IRDAI ବୀମା କମ୍ପାନୀଙ୍କୁ ନିର୍ଦ୍ଧେଶ ଦେଇଛି ଯେ ପଲିସି ଧାରକ ପ୍ରିମିୟମ ଭରିବା ପାଇଁ ଏବଂ ରିନୁଆଲ ପାଇଁ ୩୦ ଦିନର ଅତିରିକ୍ତ ସମୟ ଦିଅନ୍ତୁ। ସ୍ୱାସ୍ଥ୍ୟ ବୀମା ପଲିସିରେ ମଧ୍ୟ ଏହା ଲାଗୁ ହେବ ଏବଂ ଏହାଦ୍ୱାରା ମଧ୍ୟ ପଲିସି ବ୍ରେକ ହେବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.