କରୋନା ଭାଇରସକୁ ନେଇ ଆଜି ରାତି ୮ଟାରେ ପୁଣିଥରେ ସାରା ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ କରୋନା ଭାଇରସର ପ୍ରକୋପ ସମ୍ବନ୍ଧରେ ସାରା ଦେଶକୁ ସମ୍ବୋଧିତ କରିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଭାଇରସରେ ପାଖାପାଖି ୪୯୦ ଜଣ ଆକ୍ରାନ୍ତ ହୋଇ ସାରିଲେଣି।

ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ ଏହି ସୂଚନା ଦେଇଛନ୍ତି। ମୋଦି ଟ୍ଵିଟ କରି ଲେଖିଛନ୍ତି ଯେ କରୋନା ମହାମାରୀର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ମୁଁ ଆଜି ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବି।


ସୂଚନାଯୋଗ୍ୟ ଯେ ଗତ ଗୁରୁବାର ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ବୋଧିତ କରିବା ଅବସରରେ ରବିବାର ସମସ୍ତେ ଜନତା କର୍ଫ୍ୟୁ ପାଳନ କରିବାକୁ ଅପିଲ କରିଥିଲେ। ଏଣୁ ଆଜି ପୁଣି ଥରେ ସେଭଳି କିଛି ଐତିହାସିକ ନିଷ୍ପତ୍ତି ନେବେ ବୋଲି ଅନୁମାନ କରାଯାଉଛି।

Image result for modi

ତେବେ ସେବେ ଠାରୁ ସାରା ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟ ପାଇଁ କର୍ଫ୍ୟୁ ଲାଗୁହେଉଛି। ଆଜି ଓଡ଼ିଶା ସରକାର ମଧ୍ୟ ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି। ଏହି ଲକଡାଉନ ଆଜି ରାତି ୧୨ଟାରୁ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.