ଭାରତରେ Xiaomi ବାଣ୍ଟିବ ଏକ ଲକ୍ଷ N95 ମାସ୍କ, ତାସହିତ ଡାକ୍ତର ମାନଙ୍କ ପାଇଁ ମଧ୍ୟ ଦେଉଛି ଏଭଳି ସୁବିଧା

ଚୀନର ସ୍ମାର୍ଟଫୋନ କମ୍ପାନୀ Xiaomi ଭାରତରେ ଏକ ଲକ୍ଷ N95 ମାସ୍କ ବାଣ୍ଟିବ ବୋଲି ଘୋଷଣା କରିଛି । ଭାରତରେ କରୋନାର ବଢୁଥିବା ପ୍ରକୋପକୁ ଦେଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । ତେବେ ସାଓମି ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟରଙ୍କ କହିବା ଅନୁଯାୟୀ ଏହି ମାସ୍କ ଦିଲ୍ଲୀ, ପଞ୍ଜାବ ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ବଣ୍ଟନ କରାଯିବ । ଏହାବ୍ୟତୀତ କମ୍ପାନୀ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS)ର ଡାକ୍ତର ମାନଙ୍କୁ ସ୍ପେସିଆଲ ସୁଟ ମଧ୍ୟ ପ୍ରଦାନ କରିବ ।

କମ୍ପାନୀର କହିବା ଅନୁଯାୟୀ କରୋନା ଭାଇରସର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ MI Homes, manufacturing plant, warehouse, ସର୍ଭିସ ସେଣ୍ଟର ଗୁଡିକୁ ଲକଡାଉନ କରିଦିଆଯାଇଛି ଏବଂ ସମସ୍ତ MI HOME ପାଇଁ ଡେଲିଭରି ଅନ କଲର ସେବା ଆରମ୍ଭ କରିଦିଆଯାଇଛି । ଯାହାଦ୍ୱାରା ସାଓମୀ ଫୋନ ଡେଲିଭରି କରାଯାଇପାରିବ ।

Image result for Redmi Note 9S

ସୂଚନା ଅନୁଯାୟୀ Xiaomi ଗତକାଲି ନିଜର ନୂଆ ସ୍ମାର୍ଟଫୋନ Redmi Note 9S ଲଞ୍ଚ କରିଛି । ତେବେ Redmi 9Sର ସ୍ୱତନ୍ତ୍ରତା ହେଉଛି ଏହାର ବ୍ୟାକ ଓ ଫ୍ରଣ୍ଟରେ ଗରିଲା ଗ୍ଲାସ5 ର ପ୍ରୋଟେକ୍ସନ ଦିଆଯାଇଛି । ଏହାବ୍ୟତୀତ ଫୋନରେ Qualcomm Snapdragon 720G ପ୍ରୋସେସର ସହିତ ୪ଟି ରିୟର କ୍ୟାମେରା ସେଟଅପ ମଧ୍ୟ ରହିଛି । ଯଦିଓ ବର୍ତ୍ତମାନ ଏହାକୁ ମାଲେସିଆରେ ଲଞ୍ଚ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.