ପୋଷ୍ଟ କୋଭିଡ ଟ୍ରିଟମେଣ୍ଟ ପାଇଁ କଡକନାଥ କୁକୁଡା ଥେରାପି, ଆଇସିଏମ୍‌ଆରକୁ ମଧ୍ୟପ୍ରଦେଶ କୃଷି ବିଜ୍ଞାନ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶ ଝାବୁଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର) କୁ ପୋଷ୍ଟ କୋଭିଡ ଟ୍ରିଟମେଣ୍ଟ ପାଇଁ କଡକନାଥ କୁକୁଡାର ପ୍ରୟୋଗ ପାଇଁ ପରାମର୍ଶ ଦେଇଛି । ସାଧାରଣତଃ କୋଭିଡ ପରେ ଶରୀର ବହତୁ ଦୁର୍ବ ଳ ହେବା ସହ ଶରୀରର ଅଧିକାଂଶ ଅଙ୍ଗ ଏଥିରେ ପ୍ରଭାବିତ ହୋଇଥାଏ ।

kadaknath

ଫଳରେ ଶରୀର ସବୁ ପ୍ରକାର ଭିଟାମିନ ଓ ମିନେରାଲ୍ସ ଆବଶ୍ୟକ କରିଥାଏ । କଡକନାଧ କୁକୁଡା ପୋଷ୍ଟ କୋଭିଡ ରୋଗୀଙ୍କ ଠାରେ ଏହି ସବୁ ଆବଶ୍ୟକତା ପୂରଣ କରିବାକୁ ସମର୍ଥ ବୋଲି ଝାବୁଆ ସ୍ଥିତ ଏହି କୃଷିବିଜ୍ଞାନକେନ୍ଦ୍ରର ବରିଷ୍ଠ ବୈଜ୍ଞାନିକଗଣ ପ୍ରକାଶ କରିଛନ୍ତି । ନିକଟରେ ପଖାଳ ବଡ଼ ଇମ୍ୟୁନିଟି ବୁଷ୍ଟର ବୋଲି ଖବର ପ୍ରକାଶ ପାଇଥିଲା । ଏବେ ପୁଣି କଡକନାଥ କୁକୁଡା କରୋନା ରୋଗୀଙ୍କ ଇମ୍ୟୁନିଟ୍‌ ବଢ଼ାଇବା ସହ କୋଭିଡରୁ ଫେରିଥିବା ରୋଗୀଙ୍କ ପାଇଁ ବେଶ ଉପାଦେୟ ବୋଲି ଜଣାପଡ଼ିଛି ।

kadaknath egg
photo credit: Indiamart.com

କୃଷି ବିଜ୍ଞାନ କେନ୍ଦ୍ରର ପତ୍ରରେ କଡକନାଥ କୁକୁଡାର ବିଶେଷତାଃ :

କଡକନାଥ କୁକୁଡାର ଉତ୍ପାଦରେ ଇପିଏ, ଡିଏଚ୍‌ଏ (୨୨.୬), ଜିଙ୍କ୍‌,ଆଇରନ୍‌, ଭିଟାମିନ୍‌ ସି, ଆମିନୋ ଏସିଡ୍‌ ସହ ଅନ୍ୟ ଭିଟାମିନ ଓ ପୋଷକ ତତ୍ତ୍ୱ ରହିଛି । ଯାହା ରୋଗରୁ ସୂରକ୍ଷା ଦେବା ସହ ଇମ୍ୟୁନିଟ ପାଓ୍ଵାର ବଢ଼ାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ । କୃଷି ବିଜ୍ଞାନ କେନ୍ଦ୍ର ଏହି ତଥ୍ୟ ସହିତ ରାଷ୍ଟ୍ରୀୟ ମାଂସ ଅନୁସନ୍ଧାନ କେନ୍ଦ୍ରର କଡକନାଥ କୁକୁଡା ଉପରେ ଦିଆଯାଇଥିବା ତଥ୍ୟ ମଧ୍ୟ ସାମିଲ କରାଯାଇଛି । କଡକନାଥ କୁକୁଡା ପୋଷ୍ଟ କୋଭିଡ ରୋଗୀଙ୍କ ପାଇଁ ବହୁତ ଉପାଦେୟ ହୋଇଥିବାରୁ ଆଇସିଏମଆର ପ୍ରୟୋଗ କରୁ ବୋଲି କୃଷି ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି ।

kadaknath egg
photo credit: You Tube

କ’ଣ କଡକନାଥ କୁକୁଡା :

ଏହି କୁକୁଡା ମଧ୍ୟ ପ୍ରଦେଶର ଝାବୁଆ ଜିଲ୍ଲରେ ମିଳୁଥିବା ଏକ ପ୍ରଜାତିର କୁକୁଡା । ଏହାକୁ ବିଶେଷ ଭାବେ ଆଦିବାସୀ ସମ୍ପଦ୍ରାୟଙ୍କ ଦ୍ୱାରା ପାଳନ କରାଯାଇଥାଏ । ଏହି କୁକୁଡାର ସବୁ ପର କଳା ହୋଇଥାଏ । ଏହି କୁକୁଡାର ରକ୍ତ ମଧ୍ୟ କଳା ହୋଇଥାଏ । କୁକୁଡାର ଅଣ୍ଡା ମଧ୍ୟ କଳା ଓ ଧୂଷର ରଙ୍ଗର ହୋଇଥାଏ ।

 

Leave A Reply

Your email address will not be published.