Below header

ପୁରୀ: ଆଖିବୁଜିଲେ ଶ୍ରୀମନ୍ଦିରର ଶେଷ ଦେବଦାସୀ ପାରସମଣି ଦେବୀ

କେନ୍ୟୁଜ୍(ବ୍ୟୁରୋ):  ଚୀର ନିଦ୍ରାରେ ଶ୍ରୀମନ୍ଦିରର ଶେଷ ଦେବଦାସୀ ପାରସମଣି ଦେବୀ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଦୁର୍ଘଦିନରୁ  ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର  ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ମାଜଣା ମଣ୍ଡପରେ ସେ ସଂଗୀତ ପରିବେଷଣ କରୁଥିଲେ ।

ମାତ୍ର ୭ ବର୍ଷ ବୟସରୁ ୩୦ବର୍ଷ ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ବେଳେ ନୃତ୍ୟ ପରିବେଷଣ କରୁଥିଲେ। ପରେ ଦୀର୍ଘବର୍ଷ ଧରି ଗୀତଗୋବିନ୍ଦ, ଓଡିଶୀ ଛାନ୍ଦ, ଚମ୍ପୁ ଆଦି ବୋଲି ବିଶେଷ ଆଦୃତ ହୋଇଥିଲେ।

ମୁକ୍ତିମଣ୍ଡପ ସମ୍ମୁଖ ମାଜଣା ମଣ୍ଡପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନ ଓ ଜଣାଣ ମଧ୍ୟ ଗାନ କରୁଥିଲେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ବହୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.