ୟାଙ୍କ ଚାଓମିନ କରିବା ଷ୍ଟାଇଲ ଦେଖିଲେ ଫିଦା ହୋଇଯିବେ ଆପଣ, ଥରେ ଦେଖନ୍ତୁ ଏହି ଭିଡିଓ

ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫୁଡ ଭିଡିଓ ଗୁଡିକୁ ଖୁବ ପସନ୍ଦ କରାଯାଏ । ଆଉ କିଛି କିଛି ଭିଡିଓ ଦେଖି ତ ଲୋକେ ନୂଆ ନୂଆ ପ୍ରକାରର ରୋଷେଇ ଶିଖିଯାନ୍ତି । କିନ୍ତୁ ନିକଟରେ ଏମିତି ଏକ ମଜାଦାର କୁକିଙ୍ଗ ଭିଡିଓ ଖୁବ ଭାଇରାଲ ହୋଇଛି । ଯାହାକୁ ଥରେ ଦେଖିଲେ ଆପଣ ବି ତାଯୁବ ହୋଇଯିବେ । ଭିଡିଓଟି ପ୍ରକୃତରେ ବାଙ୍ଗାଲୋରର ଜଣେ ଚାଓମିନ ଭେଣ୍ଡରଙ୍କୁ ନେଇ । Food Affairs ନାମକ ଏକ ଇଂସ୍ଟଗ୍ରାମ ଆକାଉଣ୍ଟରେ ହିଁ ଏହି ଭିଡିଓଟିକୁ ପ୍ରଥମେ ପୋଷ୍ଟ କରାଯାଇଥିଲା । ଭିଡିଓ ଟିରେ ଜଣେ ବ୍ୟକ୍ତି ଏକ ଅଜବ ଅନ୍ଦାଜରେ ଚାଓମିନ ବନାଉଥିବାର ନଜର ଆସୁଛନ୍ତି | କିନ୍ତୁ ଆପଣ ପୂର୍ବରୁ କେବେ କାହାର ଏମିତି କୁକିଙ୍ଗ ଅନ୍ଦାଜ ଦେଖିନଥିବେ ।

 

ଏତେ ସ୍ପିଡ଼ରେ ସେ ଚାଓମିନ ପ୍ରସ୍ତୁତ କରୁଛନ୍ତିକି ଯିଏ ଦେଖୁଛନ୍ତି ଆବାକ ହୋଇଯାଉଛନ୍ତି । ତାଙ୍କ ଏନର୍ଜିର ସମସ୍ତେ ତାରିଫ ବି କରୁଛନ୍ତି | ନିଜ ମୁଣ୍ଡକୁ ହଲେଇ ହଲେଇ ମଜା ନେଇ ନେଇ ଗ୍ରାହକଙ୍କ ପାଇଁ ଚାଓମିନ ବନାଉଛନ୍ତି ଯୁବକ ଜଣଙ୍କ । କିଛି ଜଣ ଯୁବକଙ୍କ ଜବରଦସ୍ତ ଏନର୍ଜିର ପ୍ରଶଂସା କରୁଥିବା ବେଳେ କିଛି ଜଣ ଏହାକୁ ଏକ ପ୍ରକାର ବିଜୁଳିର ଝଟକା ବୋଲି କହିଛନ୍ତି । ଭିଡିଓଟି ନ୍ୟୁଜ ଆକାରରେ ପବ୍ଲିସ ହେବା ପରେ ପରେ ୭୧ ହଜାରରୁ ଅଧିକ ଜଣ ଦେଖି ସାରିଥିବା ବେଳେ ପାଖାପାଖି ୨ ହଜାର ଜଣ ଲାଇକ କରି ସାରିଲେଣି ।

Leave A Reply

Your email address will not be published.