ନ୍ୟୁଓ୍ଵର୍କରେ ଶବ ରଖିବାକୁ ଜାଗା ନାହିଁ, ଏମିତି ଗାତ ଖୋଳାଯାଇ ସାମୁହିକ ଭାବେ ପୋତାଯାଉଛି ଶବ

ସାରା ବିଶ୍ୱରେ ସବୁଠୁ ସୁନ୍ଦର ଓ ବ୍ୟୟ ବହୁଳ ସହର ଭାବେ ନ୍ୟୁୟର୍କର ସ୍ଥାନ ରହିଛି ସର୍ବାଗ୍ରେ । ଯେ କେହି ଏହି ସୁନ୍ଦର ସହରରେ ରହିବାର ସ୍ୱପ୍ନ ଥରୁଟିଏ ଦେଖିଥାଏ । ହେଲେ ଏହି ସହର ଏବେ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି ।

କରୋନା ଯୋଗୁ ସେଠାରେ ମୃତକଙ୍କ ସଂଖ୍ୟା ଏଭଳି ବୃଦ୍ଧି ପାଇଛି ଯେ ଶବ ସଂକ୍ଷରଣ ପାଇଁ ଆଉ ଶବ ଗୃହ ନାହିଁ । ଫଳରେ ଶବ ଘରଗୁଡ଼ିକୁ ଖାଲି କରିବା ପାଇଁ ନୁ୍ୟର୍କ ସଟିରେ ମେସିନ୍‌ ସାହାଯ୍ୟରେ ଗାତ ଖୋଳାଯାଇ ସାମୁହିକ ଭାବେ ଶବ ପୋତା ଯାଉଛି ।

ଏହି ସହରରେ ସାଧାରଣତଃ ପ୍ରତି ଗୁରୁବାର ଶବ ସତ୍କାର ହୋଇଥାଏ । ହେଲେ ଏବେ ସପ୍ତାହରେ ୫ ଦିନ ଶବ ସତ୍କାର କରାଯାଉଛି । ତଥାପି ଶବ ଗୃହରେ ଶବ ରଖିବା ପାଇଁ ସ୍ଥାନ ନାହିଁ । ଶବଗୃହରେ ଅଜଣା ଶବକୁ ରଖିବା ପାଇଁ ଏପରି ଯୁଦ୍ଧକାଳୀନ ଭିତିରେ ଶବ ପୋତି ଦିଆଯାଉଛି ।

କାରଣ ଅଜଣା ଶବକୁ ଏଠାରେ ୩୦ରୁ ୬୦ ଦିନ ରଖିବାର ବ୍ୟବସ୍ଥା ରହିଛି ବୋଲି ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏକ ରିପୋର୍ଟ ଅନୁଯାୟୀ ପ୍ରତିଦିନ ନୁ୍ୟର୍କ ସଟିରେ ୨୫ରୁ ଅଧିକ ଶବ ସତ୍କାର କରାଯାଉଛି । ଏଠାରେ ଗୋଟିଏ ଦିନରେ ସର୍ବଧିକ ମୃତ୍ୟୁ ୭୯୯ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.