ଆଜିଠୁ ଜୋରଦାର ହେବ ଯୁବାବର୍ଗଙ୍କୁ ଟିକାକରଣ, ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଲାଗି ନୂଆ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ସାରା ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଟୀକାକରଣ ପ୍ରକ୍ରିୟାକୁ ଚଳିତ ମାସରେ ଆହୁରି ଜୋରଦାର କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଜୁନ ମାସରେ ବାକି ୨୨ଟି ଜିଲ୍ଲା ମୁଖ୍ୟାଳୟ, ମ୍ୟୁନିସପାଲିଟି କିମ୍ବା ଏନଏସିରେ ଟୀକାକରଣ କରିବାକୁ ଯୋଜନା କରିଛନ୍ତି । ମେ ମାସରେ ଭୁବନେଶ୍ୱର, କଟକ,ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ମହନଗର ନିଗମ ସମେତ ୬ଟି ଜିଲ୍ଲାରେ ଯୁବ ବର୍ଗଙ୍କ ପାଇଁ ଟିକାକରଣ ହୋଇଛି ।

ଆଜିଠୁ ଭୁବନେଶ୍ୱରରେ ୧୮-୪୪ ବର୍ଷ ବୟସ ବର୍ଗଙ୍କୁ ଦ୍ୱିତୀୟ ଡୋଜ୍‌ ଦେବା କାମ ଆରମ୍ଭ ହେବ। ଡ୍ରାଇଭ ଇନ୍‌ ଲୋକେସନ୍‌ରେ ୧୮-୪୪ ବର୍ଷ ବୟସଙ୍କୁ ପ୍ରଥମ ଡୋଜ୍‌ ଓ ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଲାଗି ନୂଆ ସ୍ଲଟ ବୁକିଂ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.