ଅସହାୟ ଲୋକଙ୍କୁ ସାହାଯ୍ୟ କଲେ ସନି ଲିଓନି, ସ୍ୱାମୀଙ୍କ ସହ ମିଶି ବାଣ୍ଟିଲେ ଖାଦ୍ୟ; ଦେଖନ୍ତୁ ଭିଡିଓ

କରୋନା କାଳରେ ସମସ୍ତେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି। ଏଭଳି ସ୍ଥିତିରେ ଅଭିନେତ୍ରୀ ସନି ଲିଓନି ଓ ତାଙ୍କ ସ୍ୱାମୀ ଡାନିଏଲ ବେବର ମଧ୍ୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ନିକଟରେ ସନି ସ୍ୱାମୀଙ୍କ ସହ ମିଶି ଗରିବ ଲୋକଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଛନ୍ତି। ଏହାର ଭିଡିଓକୁ ନିଜେ ସନି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସନି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ସନି ଓ ଡାନିଏଲ ଗରିବ ଲୋକଙ୍କୁ ଖାଇବା ବାଣ୍ଟୁଥିବା ନଜର ଆସିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Sunny Leone (@sunnyleone)


ଭିଡିଓ ସେୟାର କରି ସନି ଲେଖିଛନ୍ତି- ‘ଫୁଡ଼ ଡ୍ରାଇଭ। ପିଲାଙ୍କୁ ଖାଦ୍ୟ ବାଣ୍ଟିଥିଲୁ’। ଏଥିସହ ସେ ଏକ NGO ନାଁ ବି ଲେଖିଛନ୍ତି ଯାହା ସାହାଯ୍ୟରେ ସେ ଏହି ମହତ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.