‘ଏବେ ମୁଁ ବାଣ୍ଟିବି କରୋନା’ ଯୁବକଙ୍କ ଏଭଳି କଥା ଶୁଣି ଭୟଭୀତ ଲୋକେ, ସାମ୍ନାକୁ ଆସିଲା ଏପରି ଭିଡିଓ..

ସୋସିଆଲ ମିଡିଆରେ ଗତ କିଛିଘଣ୍ଟା ହେବ ଏକ ଭିଡିଓ ଅତି ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ନିଜକୁ କରୋନା ଭାଇରସରେ ପୀଡିତ ବୋଲି କହିଛନ୍ତି । ତାସହିତ ସେ ଏପରି କିଛି କରିଛନ୍ତି ଯାହାକୁ ନେଇ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ତେବେ ଏହି ଭିଡିଓରେ ସେ ସରକାରଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ପ୍ରକୃତରେ ଉକ୍ତ ଯୁବକ ଜଣକ କିଏ ଆଉ ସେ କଣ କହୁଛନ୍ତି ।


ସୂଚନା ଅନୁଯାୟୀ ଉକ୍ତ ଯୁବକ ଜଣକ ପାକିସ୍ତାନର ଅଟନ୍ତି । ୨୫ ସେକେଣ୍ଡର ଏହି ଭିଡିଓରେ ସେ ନିଜକୁ କରୋନା ଭାଇରସରେ ପୀଡିତ ବୋଲି କହିଥିବା ସହ ସେ ଏହି ସଂକ୍ରମଣକୁ ଆହୁରି ବୃଦ୍ଧି କରିବା ପାଇଁ ଚାଁହୁଛନ୍ତି ବୋଲି କହିଛନ୍ତି । ତାସହିତ ସରକାରଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି ଯେ ଏହି ଭିଡିଓ ଦେଖିବା ବନ୍ଦ କରନ୍ତୁ । ତେବେ ସୋସିଆଲ ମିଡିଆରେ ଯୁବକଙ୍କର ଏହିଭଳି ବ୍ୟବହାର ଦେଖି ଲୋକମାନେ ଡରିଯାଇଛନ୍ତି ଏବଂ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । କିଛି ଲୋକ ଏହି ଯୁବକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସରକାରଙ୍କ ନିକଟରେ ଦାବି ମଧ୍ୟ କରିଛନ୍ତି ।

ତେବେ ଏହି ଭିଡିଓ ଭାଇରଲ ହେବାପରେ ଉକ୍ତ ଯୁବକ ଜଣକ ଆଉ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ସମସ୍ତଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଛି । ତାଙ୍କ କହିବା ଅନୁଯାୟୀ ଏହି ଭିଡିଓକୁ ତାଙ୍କର କିଛି ବନ୍ଧୁମାନେ ମିଶି ଭାଇରଲ କରିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି “ଭାଇରଲ ହେବା ମୋର ଉଦ୍ଦେଶ୍ୟ ନଥିଲା କିନ୍ତୁ ମୋର କିଛି ବନ୍ଧୁମିଶି ଜାଣିଶୁଣି ଏହାକୁ ଭାଇରଲ କରିଛନ୍ତି । ମୁଁ ଜଣେ ପାକିସ୍ତାନୀ ଅଟେ ଏବଂ ଆପଣ ସମସ୍ତଙ୍କ ନିକଟରେ ମୁଁ କ୍ଷମା ପ୍ରାର୍ଥନା କରୁଛି ତେବେ । ମୁଁ ସରକାରଙ୍କ ସହିତ ଅଛି ଓ ସରକାରଙ୍କର ସମସ୍ତ ନିୟମ ପାଳନ କରୁଛି ।”


ତେବେ ଏହିସବୁ ପରେ ମଧ୍ୟ ଶାନ୍ତ ହୋଇନଥିଲା ୟୁଜର୍ସ ମାନଙ୍କ ରାଗ । କିଛି ସୋସିଆଲ ମିଡ଼ିଆ ୟୁଜର ଦାବି କରିଛନ୍ତି ଯେ ଉକ୍ତ ଯୁବକ ଜଣକ ପେଶାୱାରର ଅଟନ୍ତି ଏବଂ ଏହି ସମୟରେ ଏଭଳି ଭିଡିଓ ପୋଷ୍ଟ କରିଥିବା କାରଣରୁ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.