ଆଜିଠୁ ରାଜ୍ୟରେ ବ୍ୟାପକ ହେବ ଟିକାକରଣ: ସବୁ ମେଡିକାଲ କଲେଜରେ ୫ଟି ଲେଖାଏଁ କେନ୍ଦ୍ର, ୨ ଶହ ଜଣଙ୍କୁ ଦିଆଯିବ ଟିକା

ଭୁବନେଶ୍ବର: ଗୋଟିଏ ଦିନର ବ୍ୟବଧାନ ଆଜିଠାରୁ ଜୋରଦାର ହେବ କୋଭିଡ୍‌ ଟିକାଦାନ ଅଭିଯାନ । ପ୍ରଥମ ଦିନରେ ୧୬୧ଟି କେନ୍ଦ୍ରରେ ଟିକାଦାନ ହୋଇଥିଲା । ଆଜି ଟିକାଦାନ କେନ୍ଦ୍ର ସଂଖ୍ୟାରେ ବୃଦ୍ଧି ହେବ । ଘରୋଇ ଓ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ଟି ଟିକାଦାନ କେନ୍ଦ୍ର ରହିବ । ପ୍ରତି କେନ୍ଦ୍ରରେ ଏଥର ୧୦୦ ବଦଳରେ ୨ଶହ ଜଣଙ୍କୁ ଟିକା ଦିଆଯିବ ।

ପ୍ରଥମ ଦିନରେ ୧୩ ହଜାର ୯୮୦ ଜଣ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି । ଯାହା ଧାର୍ଯ୍ୟ ଲକ୍ଷ୍ୟର ୮୫ ପ୍ରତିଶତ । ପ୍ରଥମ ଦିନରେ ଟିକାଦାନ କାର୍ଯ୍ୟ ସଫଳ ହୋଇଥିଲା । କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଖବର ଏ ଯାଏ ଆସି ନାହିଁ । ଦେଶରେ ଦୁଇ ଦିନରେ ୨ ଲକ୍ଷ ୨୪ ହଜାର ୩୧୦ ଜଣଙ୍କ ଟିକାଦାନ ହୋଇଛି । ସେଥିରୁ କେବଳ ୪୪୭ ଜଣଙ୍କ ପାଖରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.