ଅଗ୍ନିଶମ ଯନ୍ତ୍ରକୁ ସାନିଟାଇଜର ଭାବି ଦବାଇ ଦେଲେ ପାକିସ୍ତାନୀ, ଆଉ ତାପରେ ସାରା ଦୋକାନ ହୋଇଗଲା ଏପରି, ଦେଖନ୍ତୁ ଭିଡିଓ

ସାରା ବିଶ୍ଵ ଏବେ କରୋନା କବଳରେ । ଲୋକମାନେ ଏବେ ନିଜକୁ ଘରେ ବନ୍ଦୀ କରି ରଖିଛନ୍ତି । ଏହି ଭାଇରସରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଲୋକ ଏଥିରେ ମୃତ୍ୟୁବରଣ ମଧ୍ୟ କରିସାରିଛନ୍ତି । ତେବେ ଭାରତ ସମେତ ପାକିସ୍ତାନରେ ମଧ୍ୟ କରୋନା ସଂକ୍ରମିତ ଅନେକ ମାମଲା ଦେଖିବାକୁ ମିଳିଛି । ଏଠାରେ ଲୋକ ଅଧିକରୁ ଅଧିକ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର କିଣୁଥିବା ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପାକିସ୍ତାନୀ ନାଗରିକ ହ୍ୟାଣ୍ଡ ସାନିଟାଇଜର ଭାବି ଅଗ୍ନିଶମ ଯନ୍ତ୍ରକୁ ଦବାଇ ଦେଇଛନ୍ତି । ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ ଏହି ଭିଡ଼ିଓଟି ପାକିସ୍ତାନ ଗୁଜରଙ୍ଗବାଲାର ଅଟେ । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଏକ ଦୋକାନ ଭିତରେ ଫୋନରେ କଥା ହୋଇ ହୋଇ ବୁଲୁଥିବା ସମୟରେ ଅଚାନକ ନିଆଁ ଲିଭାଉଥିବା ଅଗ୍ନିଶମ ଯନ୍ତ୍ରକୁ ଦବାଇ ଦେଉଛନ୍ତି । କାରଣ ବ୍ୟକ୍ତିଜଣକୁ ଲାଗୁଛି ଯେ ଏହାଏକ ସାନିଟାଇଜର କିନ୍ତୁ ଏହା ମଧ୍ୟରୁ ଧୂଆଁ ବାହାରୁଥିବା ଦେଖି ସେ ଡରିଯାଉଛନ୍ତି । ଶେଷରେ ଭୟଭୀତ ହୋଇ ସେ ସେଠାରୁ ପଳାଇ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.